ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଗୃହ ଦାବିରେ ମୋରଡ଼ା ବ୍ଲକ ଘେରିଲେ ହିତାଧିକାରୀ - ମୟୂରଭଞ୍ଜ ଖବର

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ମୋରଡ଼ା ବ୍ଲକ ଭାଲିଆଡ଼ିହା ଗ୍ରାମପଞ୍ଚାୟତର ଶତାଧିକ ହିତାଧିକାରୀ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ବାରମ୍ବାର ପଞ୍ଚାୟତ ଅଫିସ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଦଉଡିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ଆବାସ ଗୃହ ଦାବିରେ ମୋରଡ଼ା ବ୍ଲକ ଘେରିଲେ ହିତାଧିକାରୀ

author img

By

Published : Oct 7, 2020, 4:25 PM IST

ବାରିପଦା: ପ୍ରଧାନମନ୍ତ୍ରୀ ଆବାସ ଗୃହ ଦାବିରେ ବ୍ଲକ ଅଫିସ ଘେରିଲେ ହିତାଧିକାରୀ । ଆବାସ ଯୋଜନାରୁ ବଞ୍ଚିତ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଭାଲିଆଡ଼ିହା ଗ୍ରାମପଞ୍ଚାୟତର ହିତାଧିକାରୀ ମାନେ ଗୃହ ପାଇଁ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଗୃହ ଦାବିରେ ମୋରଡ଼ା ବ୍ଲକ ଘେରିଲେ ହିତାଧିକାରୀ

କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀ ଘର ପାଇଁ ବ୍ଲକ ଅଫିସ ଘେରାଉ କରିଛନ୍ତି। ମୋରଡ଼ା ବ୍ଲକ ଭାଲିଆଡ଼ିହା ଗ୍ରାମପଞ୍ଚାୟତର ଶତାଧିକ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଏହାକୁ ନେଇ ବାରମ୍ବାର ପଞ୍ଚାୟତ ଅଫିସ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଘର ଖଣ୍ଡେ ପାଇଁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ବୁଧବାର ପଞ୍ଚାୟତବାସୀ ବ୍ଲକ ଅଫିସ ଘେରାଉ କରିଛନ୍ତି। ଗ୍ରାମପଞ୍ଚାୟତର ଶତାଧିକ ହିତାଧିକାରୀ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବ୍ଲକ ଘେରାଉ କରିଥିଲେ। ଖାଲି ଘର ନୁହେଁ, ଭତ୍ତା, ଚାଉଳ ବି ପାଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ହିତାଧିକାରୀ ।

ମୋରଡ଼ା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ମୋରଡ଼ା ପୋଲିସ ହିତାଧିକାରୀଙ୍କ ସହ ଆଲୋଚନା ପରେ ବ୍ଲକ ସମ୍ମୁଖରୁ ହଟିଥିଲେ । ତେବେ ଆଗାମୀ ଦିନରେ ପ୍ରଶାସନ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାକୁ ହିତାଧିକାରୀମାନେ ଦାବି କରିଛନ୍ତି । ଅନ୍ୟପକ୍ଷରେ ଆଗାମୀ ଦିନରେ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.