ETV Bharat / state

ଗୋରୁମହିଷାଣୀ ଲୌହ ଖଣି ଶ୍ରମିକଙ୍କ ସମସ୍ୟା ନେଇ ଧାରଣା ପ୍ରଦର୍ଶନ - Agitation for Gorumahishani iron ore workers' problems

ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଲୌହ ଖଣି ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରାଇଭେଟ୍ ଲିମିଟେଡରେ କାର୍ଯ୍ୟରତ ଶ୍ରମିକମାନଙ୍କ ପୂର୍ବ ପାଉଣା ଓ ବିଭିନ୍ନ ସମସ୍ୟା ନେଇ ଗୋରୁମହିଷାଣୀ ବିକାଶ ପରିଷଦ ତରଫରୁ ଖଣି ଫାଟକ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଅଧିକ ପଢନ୍ତୁ...

Agitation  for Gorumahishani iron ore workers' problems
ଗୋରୁମହିଷାଣୀ ଲୌହ ଖଣି ଶ୍ରମିକଙ୍କ ସମସ୍ୟା ନେଇ ଧାରଣା ପ୍ରଦର୍ଶନ
author img

By

Published : Sep 10, 2020, 9:31 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଲୌହ ଖଣି ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରାଇଭେଟ୍ ଲିମିଟେଡରେ କାର୍ଯ୍ୟରତ ଶ୍ରମିକମାନଙ୍କ ପୂର୍ବ ପାଉଣା ଓ ବିଭିନ୍ନ ସମସ୍ୟା ନେଇ ଗୋରୁମହିଷାଣୀ ବିକାଶ ପରିଷଦ ତରଫରୁ ଖଣି ଫାଟକ ସମ୍ମୁଖରେ ଧାରଣା ଦିଆଯାଇଥିଲା ।

ସୂଚନା ଅନୁଯାୟୀ, ଗୋରୁମହିଷାଣୀ ଲୌହ ଖଣିର କାର୍ଯ୍ୟରତ ଖଣି ମାଲିକ ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସର ଅବଧି ଗତ ୩୧ ମାର୍ଚ୍ଚ ୨୦୨୦ରେ ସରି ଯାଇଥିଲା । ପରେ ଟେଣ୍ଡର ନିବାସରେ ପୁନଃ ମାଲିକାନା ହାସଲ କରିଥିଲେ ହେଲେ ଶ୍ରମିକମାନଙ୍କର ୫ ମାସର ପାଉଣା ମିଳିନଥିଲା ।

ଗୋରୁମହିଷାଣୀ ଲୌହ ଖଣି ଶ୍ରମିକଙ୍କ ସମସ୍ୟା ନେଇ ଧାରଣା ପ୍ରଦର୍ଶନ

ଏନେଇ ଶ୍ରମିକମାନେ ପୂର୍ବରୁ ଖଣିମାଲିକ ଓ ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଦୀର୍ଘ ଦିନରୁ ଊର୍ଦ୍ଧ୍ବ ହେବ କେହି କର୍ଣ୍ଣପାତ କରୁନଥିବା ଜଣାପଡିଛି । ଶେଷରେ ବାଧ୍ୟ ହୋଇ ୫୦୦ରୁ ଊର୍ଦ୍ଧ୍ବ ଶ୍ରମିକମାନେ ଲୌହଖଣିର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ ।

ଏହାପରେ ଗୋରୁମହିଷାଣୀ ଥାନା ପରିସରରେ ଥାନା ଅଧିକାରୀ, ସମାଜସେବୀ ଲକ୍ଷ୍ମଣ ଟୁଡୁ, ଖଣି ମ୍ୟାନେଜର ବିକାଶ ରଞ୍ଜନ ସ୍ବାଇଁ, ଦୟାନିଧି ମହାକୁଡ଼ ପ୍ରମୁଖ ଶ୍ରମିକଙ୍କ ଆଲୋଚନାରେ ସାମିଲ ହୋଇଥିଲେ । ସେମାନଙ୍କର ଦାବି ବକେୟା ପାଉଣା, ପ୍ରଭାବିତ ଶ୍ରମିକଙ୍କୁ କ୍ଷତି ପୂରଣ, ବନୀକରଣ, ସ୍ଥାନୀୟ ଯୁବକ ଯୁବତୀଙ୍କୁ ଶିକ୍ଷାଗତ ଯୋଗ୍ୟତା ଭିତରେ ନିଯୁକ୍ତି, ପରିବହନ କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳର ଗାଡି ମାଲିକଙ୍କୁ ସୁଯୋଗ, ଶ୍ରମ ଆଇନ କଡାକଡି, ଶ୍ରମିକଙ୍କୁ ନିଯୁକ୍ତି, ଉଚିତ ବୋନସ୍, ରାସ୍ତା ଘାଟ, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଜମିରେ ବର୍ଷା ଯୋଗୁଁ ଖଣିଜ ପଦାର୍ଥରେ ପୋତି ହେବା କ୍ଷତିପୂରଣ, ଶ୍ରମିକମାନଙ୍କୁ କ୍ୟାଣ୍ଟିନ ଖୋଲି ସୁଲଭ ମୂଲ୍ୟରେ ଖାଦ୍ୟ ଇତ୍ୟାଦି ଯୋଗାଇ ଦେବା ମୁଖ୍ୟ ଦାବି ରହିଥିଲା ।

ଖଣି ମାନେଜର ଖଣି ମାଲିକଙ୍କ ସହ ଆଲୋଚନା କରି ସମାଧାନ କରିବେ ବୋଲି ପ୍ରତିଶୃତି ଦେବାପରେ ଶ୍ରମିକମାନେ ଧାରଣା ପ୍ରତ୍ୟାହୃତ କରିଥିଲେ । ଆଗାମୀ ୧୫ ଦିନ ମଧ୍ୟରେ ସମାଧାନ ନହେଲେ ପୁନଃ ଧାରଣା ପ୍ରଦର୍ଶନ କରିବେ ବୋଲି ଶ୍ରମିକମାନେ ସୂଚନା ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.