ବାରିପଦା: ଅସ୍ଥାୟୀ କ୍ବାରାଣ୍ଟାଇନ ଗୃହ ପ୍ରଦର୍ଶନ କଲେ ପ୍ରଶାସନ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ କୁଲେଇଶିଳା ପଞ୍ଚାୟତ ଅଧୀନ କୁଲେଇଶିଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ଅସ୍ଥାୟୀ କ୍ବାରେନଟାଇନ୍ ଗୃହ ପରିଦର୍ଶନ କଲେ ଜିଲ୍ଲା ପ୍ରଶାସନ ତଦାରଖ କମିଟି ।
ମହାମାରୀ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକଡାଉନ୍ ଘୋଷଣା କରାଯାଇଛି । ଲକଡାଉନ୍ ଯୋଗୁଁ ଅନାଥ, ଗରିବ, ଖଟିଖିଆ, ଭିକାରୀ ଆଦି ଅସହାୟ ଲୋକଙ୍କୁ ରହିବା ଏବଂ ଖାଦ୍ୟ ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅସ୍ଥାୟୀ କ୍ବାରେନଟାଇନ ଗୃହର ବ୍ୟବସ୍ଥା କରାଯାଇଛି ।
ତେବେ ଅସହାୟ ମାନଙ୍କୁ ପରିଷ୍କାର ପରିଚ୍ଛନ୍ନତା, ତିନି ଓଳି ଖାଦ୍ୟ ଯୋଗାଇବା ତଥା ସେମାନଙ୍କ ସହିତ ସଠିକ ବ୍ୟବହାର ନେଇ ଜିଲ୍ଲା ପ୍ରଶାସନ ତରଫରୁ ଚଞ୍ଚଳ ରଣା (ଆଇଏଏସ୍), ରାଇରଙ୍ଗପୁର ବିଡ଼ିଓ ରିତା ଡାଙ୍ଗ୍ ଏକ ଟିମ୍ ସହ କୁଲେଇଶିଳା ପଞ୍ଚାୟତରେ ଥିବା ଅସ୍ଥାୟୀ କ୍ବାରେନଟାଇନ ଗୃହ କୁଲେଇଶିଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ସେଠାରେ ରହୁଥିବା ପାଖାପାଖି ୪୦ ଜଣ ଅସହାୟ ଲୋକଙ୍କ ସହିତ ଆଲୋଚନା କରି ଶେଷରେ ସରପଞ୍ଚ ଓ ତାଙ୍କ ପରିଚାଳନା କମିଟିର ସଦସ୍ୟଙ୍କ ସହିତ ଅଧିକ ଆଲୋଚନା କରିଥିଲେ ।
ମୟୁରଭଞ୍ଜରୁ ସଞ୍ଜୟ କୁମାର ପରିଡା ଇଟିଭି ଭାରତ