ETV Bharat / state

ମାନସିକ ବିକାରଗ୍ରସ୍ତ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଯୁବକ ଗିରଫ

ବାରିପଦା ଟାଉନ ଥାନା ଅଞ୍ଚଳରୁ ମାନସିକ ବିକାରଗ୍ରସ୍ତ 21 ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଘଟଣାରେ ଦୁଷ୍କର୍ମକାରୀ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ ପୋଲିସ । ଅଧିକ ପଢନ୍ତୁ...

author img

By

Published : Oct 29, 2020, 5:58 PM IST

ମାନସିକ ବିକାରଗ୍ରସ୍ତ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଯୁବକ ଗିରଫ
ମାନସିକ ବିକାରଗ୍ରସ୍ତ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଯୁବକ ଗିରଫ

ବାରିପଦା: ମାନସିକ ବିକାରଗ୍ରସ୍ତ 21 ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଅଭିଯୋଗ ଆସିଛି ବାରିପଦା ଟାଉନ ଥାନା ଅଞ୍ଚଳରୁ । ଘଟଣାରେ ଦୁଷ୍କର୍ମକାରୀ ଯୁବକଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ ।

ଅଭିଯୋଗ ଅନୁସାରେ, ପୀଡିତା ଯୁବତୀଙ୍କ ବାପା ମାଆ କେହି ନଥିବାବେଳେ ପିଲାବେଳୁ ବାରିପଦା ସହରରେ ଜଣେ ସଂପର୍କୀୟଙ୍କ ଘରେ ରହିଆସୁଛନ୍ତି । ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଯୁବତୀ ଜଣକ ଲୋକଙ୍କ ଘରେ ବାସନ ମାଜି କିଛି ଅର୍ଥ ରୋଜଗାର କରି ପରିବାର ଚଳାଇବାରେ ସାହାଯ୍ୟ କରନ୍ତି । ଗତ ୧୬ ତାରିଖ ଶୁକ୍ରବାର ସନ୍ଧ୍ୟାରେ ଯୁବତୀ ଜଣକ ଲୋକଙ୍କ ଘରୁ କାମ ସାରି ଫେରୁଥିବା ରାସ୍ତାରେ ଅଭିଯୁକ୍ତ ଯୁବକ ହିମାଂଶୁ ରାମ ଯୁବତୀଙ୍କୁ ଗୁପ୍ଚୁପ୍ ଖୁଆଇବା ବାହାନା କରି ଡାକିନେଇଥିଲା । ନିକଟରେ ଥିବା ଏକ ନଦୀ କୂଳକୁ ଟେକିନେଇ ବଳପୂର୍ବକ ଦୁଷ୍କର୍ମ କରିଥିଲା ଏବଂ ଘଟଣା ବାବଦରେ କାହାକୁ କିଛି ନକହିବା ପାଇଁ ଧମକ ଦେଇଥିଲା ।

ତେବେ ପୀଡିତା ଯୁବତୀ ଜଣଙ୍କ ଅକ୍ଟୋବର ୨୮ ତାରିଖ ଦିନ ପରିବାର ଲୋକଙ୍କୁ କହିବା ପରେ ପରିବାର ଲୋକେ ବୁଧବାର ସନ୍ଧ୍ୟାରେ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ନେଇ ପୋଲିସ କେସ୍ ନଂ ୭୩୯ ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଦୁଷ୍କର୍ମକାରୀ ହିମାଂଶୁ ରାମକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.