ETV Bharat / state

ମୟୂରଭଞ୍ଜ ନାବାଳିକା ଅପହରଣ ମାମଲା; ତାମିଲନାଡୁରେ ମିଳିଲା ପତ୍ତା - minor girl kidnap case

ନଭେମ୍ବର ୨୪ ତାରିଖ ଅପହରଣ ମାମଲାରେ ମୟୂରଭଞ୍ଜ ପୋଲିସକୁ ବଡ ସଫଳତା ମିଳିଛି । ଅଭିଯୁକ୍ତ ଓ ଅପହୃତ ନାବାଳିକାକୁ ପୋଲିସ ତାମିଲନାଡୁର ଏକ ସହରରୁ କାବୁ କରିବାରେ ସକ୍ଷମ ହୋଇଛି ।

minor girl kidnap case
ମୟୁରଭଞ୍ଜ ନାବାଳିକା ଅପହରଣ ମାମଲା; ଅପହରଣକାରୀକୁ ତାମିଲନାଡୁରେ ଧରିଲା ପୋଲିସ
author img

By

Published : Dec 11, 2019, 7:41 PM IST

ବାରିପଦା: 8ମ ଶ୍ରେଣୀ ଛାତ୍ରୀ ଅପହରଣ ମାମଲାରେ ମୟୂରଭଞ୍ଜ ପୋଲିସକୁ ବଡ ସଫଳତା । ଏସପି ସ୍ମିଥ୍‍ ପି. ପରମାରଙ୍କ ନେତୃତ୍ତ୍ବରେ ଗଠିତ ଏକ ସ୍ବତନ୍ତ୍ର ଟିମ ଅପହରଣର ମାଷ୍ଟର ମାଇଣ୍ଡ ବା ମୁଖ୍ୟ ଅଭିଯୁକ୍ତକୁ ତାମିଲନାଡୁର ଏକ ସହରରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ମୟୁରଭଞ୍ଜ ନାବାଳିକା ଅପହରଣ ମାମଲା; ଅପହରଣକାରୀକୁ ତାମିଲନାଡୁରେ ଧରିଲା ପୋଲିସ

ଅଭିଯୁକ୍ତ ଜଣଙ୍କ ବଡ଼ସାହିର ବସନ୍ତ ସେନାପତିଙ୍କ ପୁଅ ଅମିତ ସେନାପତି ବୋଲି ଜଣାପଡିଛି । ସେ ବାରିପଦାର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ୨ୟ ବର୍ଷ ଡ଼ିପ୍ଲେମା ଛାତ୍ର ।

ସୂଚନାନୁଯାୟୀ, ନଭେମ୍ବର ୨୪ ତାରିଖ ଅପରାହ୍ନରେ ଅଭିଯୁକ୍ତ ଅମିତ ବଡ଼ସାହି ଥାନା ଅଞ୍ଚଳର ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ଗ୍ରାମରୁ କୌଶଳକ୍ରମେ ଅପହରଣ କରି ନେଇଥିଲା। ନାବାଳିକାଙ୍କ ବାପା ଲିଖିତ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ନାବାଳିକାଙ୍କର କୌଣସି ପତ୍ତା ମିଳୁନଥିବାରୁ ନିରାଶ ହୋଇ ପିତାମାତା ଏସପିଙ୍କୁ ଭେଟିଥିଲେ । ପୋଲିସ ସ୍ବତନ୍ତ୍ର ଟିମ ସହାୟତାରେ ମୋବାଇଲ ଟ୍ରାକିଂ ଓ ଅପହରଣକାରୀ ଆତ୍ମୀୟଙ୍କ ବୟାନକୁ ଭିତ୍ତି କରି ଯାଞ୍ଚ କରିଥିଲା । ପରେ ତାମିଲନାଡୁର ଏକ ସହରରେ ଆତ୍ମଗୋପନ କରିଥିବା ଜାଣିବାକୁ ପାଇଥିଲା ପୋଲିସ । ତଦନୁଯାୟୀ ପୋଲିସ ଟିମ ସେଠାରେ ପହଞ୍ଚି ଚତୁରତାର ସହିତ ଉଭୟଙ୍କୁ ଠାବ କରିଥିଲେ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳରୁ ଜଣେ ୮ମ ଶ୍ରେଣୀ ଛାତ୍ରୀ ଅପହରଣ ପରି ସମ୍ବେଦନଶୀଳ ଘଟଣା ମୟୂରଭଞ୍ଜ ପୁଲିସକୁ ନାକେଦମ କରିଥିଲା। ମୟୂରଭଞ୍ଜ ଏସ୍‍ପି ସ୍ମିଥ୍‍ ପି. ପରମାରଙ୍କ ତୁରନ୍ତ ପଦକ୍ଷେପ ପାଇଁ ସ୍ୱତନ୍ତ୍ର ପୁଲିସ ଟିମ୍‍ ଗଠନ କରିଥିଲେ। ତେବେ ଅପହୃତା ଛାତ୍ରୀଙ୍କୁ ତାମିଲନାଡୁର ଏକ ସହରରୁ ଉଦ୍ଧାର କରିବାରେ ସ୍ୱତନ୍ତ୍ର ଟିମ ସକ୍ଷମ ହୋଇଛି। ଅପହରଣର ମାଷ୍ଟର ମାଇଣ୍ଡ ବା ମୁଖ୍ୟଅଭିଯୁକ୍ତ ଏହି ପୁଲିସ ଟିମ ପଞ୍ଛାରେ ଧରାପଡ଼ିଛି। ଘଟଣାର ମାଷ୍ଟର ମାଇଣ୍ଡ ବା ମୁଖ୍ୟଅଭିଯୁକ୍ତ ଜଣଙ୍କ ହେଲେ ବଡ଼ସାହିର ବସନ୍ତ ସେନାପତିଙ୍କ ପୁଅ ଅମିତ୍‍ ସେନାପତି। ସେ ବାରିପଦା ନିକଟରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ୨ୟ ବର୍ଷ ଡ଼ିପ୍ଲେମା ଛାତ୍ର ।ସୂଚନା ଅନୁଯାୟୀ, ନଭେମ୍ବର ୨୪ ତାରିଖ ଅପରାହ୍ନରେ ଅମିତ୍‍ ବଡ଼ସାହି ଥାନା ଅଞ୍ଚଳର ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ଗ୍ରାମରୁ କୌଶଳକ୍ରମେ ଅପହରଣ କରି ନେଇଥିଲା। ନାବାଳିକାଙ୍କ ବାପା ଲିଖିତ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ତେବେ ନାବାଳିକାଙ୍କ କୌଣସି ପତ୍ତା ମିଳୁନଥିବାରୁ ନିରାଶ ହୋଇ ପିତାମାତା ଏସ୍‍ପିଙ୍କୁ ଭେଟିଥିଲେ। ପୋଲିସ ସ୍ୱତନ୍ତ୍ର ଟିମ ସହାୟତାରେ ମୋବାଇଲ ଟ୍ରାକିଙ୍ଗ ଓ ଅପହରଣକାରୀ ଆତ୍ମୀୟଙ୍କ ବୟାନକୁ ଭତ୍ତି କରି ଯାଞ୍ଚ କରିଥିଲା। ପରେ ବିଦେଶ ରାଜ୍ୟ ତାମିଲନାଡୁର ଏକ ସହରରେ ଆତ୍ମ ଗୋପନ କରିଥିବା ଜାଣିବାକୁ ପାଇଥିଲେ। ତଦନୁଯାୟୀ ପୁଲିସ ଟିମ୍‍ ସେଠାରେ ପହଞ୍ଚି ଚତୁରତାର ସହିତ ଉଭୟଙ୍କୁ ଠାବ କରିଥିଲେ। ଆଜି ଅପହରଣକାରୀ ଙ୍କୁ ବଡ଼ସାହି ପୋଲିସ କୋର୍ଟ ଚାଲାଣ କରିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.