ETV Bharat / state

ବିପୁଳ ପରିମାଣର ବଜ୍ରକପ୍ତା କାତି ଚୋରା ଚାଲାଣ, 4 ଅଭିଯୁକ୍ତଙ୍କୁ ବାନ୍ଧିଲା ବନବିଭାଗ

author img

By ETV Bharat Odisha Team

Published : Nov 14, 2023, 10:43 PM IST

ଦିନକୁ ଦିନ ବଢ଼ୁଛି ବଜ୍ରକପ୍ତା ଚୋରା ଚାଲଣ । ବଜ୍ରକପ୍ତା କାତି ଚୋରା ଚାଲଣ ବେଲେ 4 ଅଭିଯୁକ୍ତଙ୍କୁ ବାନ୍ଧିଲା ବନବିଭାଗ । ବିପୁଳ ପରିମାଣର ବଜ୍ରକପ୍ତା କାତି ଜବତ । ଅଧିକ ପଢ଼ନ୍ତୁ

ବଜ୍ରକପ୍ତା କାତି ଚୋରା ଚାଲଣ
ବଜ୍ରକପ୍ତା କାତି ଚୋରା ଚାଲଣ

ବଜ୍ରକପ୍ତା କାତି ଚୋରା ଚାଲାଣ

ରାଇରଙ୍ଗପୁର: ଅସୁରକ୍ଷିତ ଅବସ୍ଥାରେ ବଜ୍ରକପ୍ତା । ଦିନକୁ ଦିନ ବଢ଼ୁଛି ବଜ୍ରକପ୍ତା ଚୋରା ଚାଲଣ । ଏନେଇ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରୁ ବିପୁଳ ପରିମାଣରେ ବଜ୍ରକପ୍ତା କାତି ଚୋରା ଚାଲାଣ ହେଉଥିବା ସମୟରେ ବନବିଭାଗ ଓ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ବଜ୍ରକପ୍ତା କାତି ଜବତ କରିଛି । ଏହାସହ ଏଥିରେ ସଂପୃକ୍ତ ୪ ଜଣ ଅଭିଯୁକ୍ତକୁ ଗିରଫ କରିଛି ବନବିଭାଗ । ତେବେ ଘଟଣାସ୍ଥଳରୁ ଅନ୍ୟ ୫ ଜଣ ଅଭିଯୁକ୍ତ ଫେରାର ହୋଇ ଯାଇଥିବା ବେଳେ ସାମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଲାଇଛି ବନବିଭାଗ ।

ସୂଚନା ଅନୁସାରେ, ଉତ୍ତର ଶିମିଳିପାଳର କ୍ଷେତ୍ର ନିର୍ଦ୍ଦେଶକ ସମ୍ରାଟ ଗୌଡା ନେତୃତ୍ୱରେ ଦକ୍ଷିଣ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ କିଶୋର ପାଣିଗ୍ରାହୀ ଓ କରଞ୍ଜିଆ ବନଖଣ୍ଡର ବନ କର୍ମଚାରୀମାନେ ଠାକୁରମୁଣ୍ଡା କରଞ୍ଜିଆ ରାସ୍ତାର ପାଟବିଲ କୋଲଫିର୍ଟ ସାହି ନିକଟରେ ଏକ ଅଟୋ ଉପରେ ଚଢ଼ାଉ କରିଥିଲେ । ଉକ୍ତ ଅଟୋରେ ୯ ଜଣ ବ୍ୟକ୍ତି କେନ୍ଦୁମୁଣ୍ଡି ପଟକୁ ଆସୁଥିବା ବେଳେ ଅଟୋକୁ ବନ କର୍ମଚାରୀମାନେ ଅଟକାଇ ଥିଲେ । ବନ କର୍ମଚାରୀଙ୍କୁ ଦେଖି ଘଟଣାସ୍ଥଳରୁ ୫ ଜଣ ଦୌଡ଼ି ଖସି ପଳାଇ ଯାଇଥିବା ବେଳେ ଅନ୍ୟ ୪ ଜଣକୁ ବନ କର୍ମଚାରୀମାନେ ଧରିବାରେ ସଫଳ ହୋଇଥିଲେ । ଅଟୋ ଭିତରୁ ପ୍ରାୟ ୩ କିଲୋ ୬୦୦ ଗ୍ରାମ ଓଜନର ବଜ୍ରକପ୍ତା କାତିଥିବା ଏକ ବ୍ୟାଗକୁ ଜବତ କରିଛି ବନ ବିଭାଗ । ଏହାସହ ସେମାନଙ୍କ ଦ୍ବାରା ବ୍ୟବହୃତ ଏକ ଅଟୋକୁ ମଧ୍ୟ ଜବତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଶିମିଳିପାଳର କ୍ଷେତ୍ର ନିର୍ଦ୍ଦେଶକ ।

ଏହା ମଧ୍ୟ ପଢ଼ନ୍ତୁ.....ବଜ୍ରକାପ୍ତା ଚୋରା ଚାଲଣ ବେଳେ ମାଡ଼ିବସିଲା ଏସଟିଏଫଟିମ୍ ଟିମ, ଜଣେ ଗିରଫ

ତେବେ ବଜ୍ରକାପ୍ତା କାତି ଚାଲାଣ ଘଟଣାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତ ହେଲେ ମହୁଲଡ଼ିହା ଥାନା ଅନ୍ତର୍ଗତ ଚିରୁପଦା ଗ୍ରାମର ମାଣିକ ଦେଓଗାମ, କରଞ୍ଜିଆ ଥାନା ଅନ୍ତର୍ଗତ ପାଟବିଲ ଗ୍ରାମର ମାଠୁ ହୋ, କେନ୍ଦୁମୁଣ୍ଡି ମାଙ୍କଡିଆ ସାହିର ଗୌରାଙ୍ଗ ବାଙ୍କିରା ଓ ବାଲିଭୋଳ ଗ୍ରାମର ସାଲେଇ ସିଧୁ । ଠାକୁରମୁଣ୍ଡା ରେଞ୍ଜରେ ବନ୍ୟପ୍ରାଣୀ ଆଇନ ଅନୁଯାୟୀ ୪ ଜଣ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବାର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଖସି ପଳାଇଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବନବିଭାଗ ପ୍ରୟାସ ଜାରି ରଖିଥିବା ବେଳେ ବନବିଭାଗ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.