ETV Bharat / state

ଦୁର୍ଘଟଣାରେ ଜଣେ ମୃତ, 3 ଗୁରୁତର - ମୟୂରଭଞ୍ଜରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଗତ ଶନିବାର  ବିଳମ୍ବିତ ରାତିରେ  ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଓ ତିନି ଜଣ ଗୁରୁତର ଆହତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Oct 13, 2019, 12:17 PM IST

ରାଇରଙ୍ଗପୁର : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ଓ ତିନି ଜଣ ଗୁରୁତର ହୋଇଛନ୍ତି । ଗତ ଶନିବାର ବିଳମ୍ବିତ ରାତିରେ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଓ ତିନି ଜଣ ଗୁରୁତର ଆହତ ହୋଇଛନ୍ତି ।

ଗତ ଶନିବାର ମୟୁରଭଞ୍ଜ ଜିଲ୍ଲା ପାଞ୍ଚପୀଢ଼ ଉପଖଣ୍ଡ ଜଶୀପୁର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଅଙ୍ଗାରପଦାରେ ଏକ ଦୁର୍ଘଟଣା ଘଟିଥିଲା । ତେବେ ଯଦୁ ସରେନ ନାମକ ଜୈନେକ ବ୍ୟକ୍ତି ଅଙ୍ଗାରପଦା କୁକୁଡ଼ା ଫାର୍ମରୁ ଚାଲି ଚାଲି ଘରକୁ ଫେରିବା ରାସ୍ତାରେ କରଞ୍ଜିଆ ପଟୁ ଆସୁଥିବା ଟାଟା କରଞ୍ଜିଆ ବସଟା ତାଙ୍କୁ ଅଙ୍ଗାରପଦା ନିକଟରେ ଧକ୍କା ଦେଇଥିଲା । ତାଙ୍କୁ ମେଡିକାଲ ନେବା ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଦୁର୍ଘଟଣା ଘଟାଇଥିବା ବସଟି ଘଟଣା ସ୍ଥଳରୁ ଖସି ଆସି କରଞ୍ଜିଆ ଥାନାରେ ଆତ୍ମସମର୍ପଣ କରିଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସେହିପରି କରଞ୍ଜିଆ ଥାନା ଅନ୍ତର୍ଗତ ୫୩ ନମ୍ବର ରାଜପଥ କେନ୍ଦୁମୁଣ୍ଡି ନିକଟରେ ମାରୁତି କାର ଧକ୍କାରେ ଦୁଇ ଜଣ ମୋଟର ସାଇକେଲ ଆରୋହୀ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଏପଟେ କାର ଚାଳକଙ୍କୁ କରଞ୍ଜିଆ କରଡ଼ିଆ ବାୟପାସ ହନୁମାନ ଛକ ନିକଟରେ ଲୋକେ ଅଟକାଇ ନିସ୍ତୁକ ପିଟିବା ଫଳରେ ସେ ମଧ୍ୟ ଆହତ ହୋଇ ମେଡିକାଲରେ ଚିକିତ୍ସା ହେଉଥିବା ସୂଚନା ମିଳିଛି।

ତେବେ ଆହତଙ୍କ ପରିଚୟ ମିଳି ପାରିନଥିବା ବେଳେ କାର ଚାଳକଙ୍କ ମଧ୍ୟ ପରିଚୟ ମିଳି ପାରିନାହିଁ । ଉଭୟ ଘଟଣା ପରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ରବିବାର କରଞ୍ଜିଆ ପୋଲିସ ଉଭୟ ଘଟଣାର ତଦନ୍ତ ଆରମ୍ଭ କରିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଓ ତିନି ଜଣ ଗୁରୁତର। ମୟୁରଭଂଜ ଜିଲ୍ଲା ପାଞ୍ଚପୀଢ଼ ଉପଖଣ୍ଡ ଜଶୀପୁର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଅଙ୍ଗାରପଦା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅଙ୍ଗାରପଦା କୁକୁଡ଼ା ଫାର୍ମରୁ ଘରକୁ ଫେରିବା ରାସ୍ତାରେ ଅଘଟଣ। ଯଦୁ ସରେନ ନାମକ ଜୈନେକ ବ୍ୟକ୍ତିଙ୍କୁ ଟାଟା କରଞ୍ଜିଆ ବସ କରଞ୍ଜିଆ ଆସୁଥିବା ବେଳେ ଅଙ୍ଗାରପଦା ନିକଟରେ ଧକ୍କା ଦେବା ଫଳରେ ଯଦୁ ସରେନ ଗୁରୁତର ଆହତ ହୋଇଥିଲେ। ତେବେ ସଙ୍ଗେ ସଙ୍ଗେ କରଞ୍ଜିଆ ମେଡିକାଲ ଆଣିବା ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଦୁର୍ଘଟଣା ଘଟାଇ ବସଟି ଘଟଣା ସ୍ଥଳରୁ ଖସି ଆସି କରଞ୍ଜିଆ ଥାନା ରେ ଆତ୍ମସମର୍ପଣ କରିଥିଲା । ସେହିପରି କରଞ୍ଜିଆ ଥାନା ଅନ୍ତର୍ଗତ ୫୩ ନମ୍ବର ରାଜ୍ୟ ରାଜପଥ କେନ୍ଦୁମୁଣ୍ଡି ନିକଟରେ ମାରୁତି କାର ଧକ୍କାରେ ଦୁଇ ଜଣ ମଟର ସାଇକେଲ ଆରୋହୀ ଗୁରୁତର ଆହତ ହୋଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟ ରେ ଚିକିତ୍ସିତ ହେଉଥିବା ବେଳେ ଅବସ୍ଥା ସଂକଟାପନ୍ନ ଥିବା ଡାକ୍ତରଙ୍କ ଠାରୁ ସୂଚନା । ତେବେ ଆହତଙ୍କ ପରିଚୟ ମିଳି ପାରିନଥିବା ବେଳେ କାର ଚାଳକଙ୍କ ପରିଚୟମଧ ମିଳି ପାରିନାହିଁ । କାର ଚାଳକଙ୍କୁ କରଞ୍ଜିଆ କରଡ଼ିଆ ବାୟପାସ ହନୁମାନ ଛକ ନିକଟରେ ଅଟକାଇ ନିସ୍ତୁକ ପିଟିବା ଫଳରେ ସେ ମଧ୍ୟ ଆହତ ହୋଇ ମେଡିକାଲ ରେ ଚିକିତ୍ସିତ ହେଉଥିବା ସୂଚନା। ତେବେ ଉଭୟ ଘଟଣା ପରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା ।ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରି ପରିସ୍ଥିତି କୁ ନିୟନ୍ତ୍ରଣ କରିଥିଲା। ଆଜି କରଞ୍ଜିଆ ପୋଲିସ ଉଭୟ ଘଟଣା ର ତଦନ୍ତ ଆରମ୍ଭ କରିଛି।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.