ବାରିପଦା: ବାଙ୍ଗରିପୋଷି ଥାନା ୪୯ ନମ୍ବର ଜାତୀୟ ରାଜପଥର ମା' ଦ୍ବାରଶୁଣି ଘାଟିରେ ପୁଣି ଦୁର୍ଘଟଣା । ମୁମ୍ବାଇରୁ ପଶ୍ଚିମବଙ୍ଗର ମେଦନିପୁର ଅଭିମୁଖେ ଯାଉଥିବା ଏକ କାର ଘାଟିରେ ଗୋଟିଏ ଅଟୋକୁ ଧକ୍କା ଦେଇଛି । ଦୁର୍ଘଟଣାରେ ଅଟୋ ଚାଳକ ସହ ଏଥିରେ ବସିଥିବା ଆଉ ତିନି ଜଣ ଗୁରୁତର ଆହତ ହେଇଛନ୍ତି । ତେବେ ଅଟୋଟି ବାଙ୍ଗିରିପୋଷିରୁ ବିଶେଇ ଅଞ୍ଚଳକୁ ଯାତ୍ରୀଙ୍କୁ ନେଇ ଯାଉଥିବା ଜଣାପଡିଛି ।
ଅନ୍ୟପକ୍ଷରେ କାର ରେ ଥିବା ୪ ଜଣ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ଖବର ପାଇ ବାଙ୍ଗିରିପୋଷି ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ବାଙ୍ଗିରିପୋଷି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଅଧିକ ଗୁରୁତର ଥିବାରୁ ସମସ୍ତଙ୍କୁ ବାରିପଦା ପିଆରଏମ୍ ମେଡ଼ିକାଲ କଲେଜକୁ ପଠାଇ ଦିଆଯାଇଛି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ