ETV Bharat / state

ଗାଧୋଇବାବେଳେ ପାଣିରେ ବୁଡି ଯୁବକ ମୃତ - drowning death

ମୟୂରଭଞ୍ଜ ରାସଗୋବିନ୍ଦପୁର ଥାନା ରାମଚନ୍ଦ୍ରପୁର ଗାଁରେ ଅଘଟଣ । ଜଣେ ଯୁବକ ଗାଧୋଇବାକୁ ଯାଇ ପାଣିରେ ବୁଡି ଯିବାରୁ ପ୍ରାଣ ହରାଇଛନ୍ତି । ଅଧିକ ପଢ଼ନ୍ତୁ...

ଗାଧୋଇବା ବେଳେ ପାଣିରେ ବୁଡି ଯୁବକ ମୃତ
ଗାଧୋଇବା ବେଳେ ପାଣିରେ ବୁଡି ଯୁବକ ମୃତ
author img

By

Published : Jul 1, 2020, 1:06 PM IST

ବାରିପଦା: ଗାଁ ପାଖ ବନ୍ଧକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଜଣେ ଯୁବକ ମୃତ। ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ରାମଚନ୍ଦ୍ରପୁର ଗାଁରେ। ମୃତକ ଜଣଙ୍କ ହେଲେ ଉକ୍ତ ଗାଁର ବାବୁଲି ବିନ୍ଧାଣିଙ୍କ ପୁଅ ଭବେନ୍ଦ୍ର ବିନ୍ଧାଣି ।

ସୂଚନାନୁଯାୟୀ, ବୁଧବାର ଭବେନ୍ଦ୍ର ଗାଁ ପାଖ ବନ୍ଧକୁ ଗାଧୋଇବାକୁ ଯାଇଥିବାବେଳେ ଗୋଡ଼ ଖସି ଯିବାରୁ ପାଣିରେ ବୁଡିଯାଇଥିଲେ। ଦୀର୍ଘ ସମୟ ଧରି ଭବେନ୍ଦ୍ର ଘରକୁ ନ ଫେରିବାରୁ ପରିବାର ଲୋକେ ବନ୍ଧ ନିକଟରେ ଖୋଜାଖୋଜି କରିଥିଲେ। ବନ୍ଧ ତୁଠରେ ସାବୁନ, ତେଲ ଗାମୁଛା ପଡିରହିଥିବାବେଳେ ପୁଅକୁ ପାଇ ନ ଥିଲେ ।

ଗାଧୋଇବା ବେଳେ ପାଣିରେ ବୁଡି ଯୁବକ ମୃତ

ଏହାପରେ ଭବେନ୍ଦ୍ର ପାଣିରେ ବୁଡି ଯାଇଥିବା ସନ୍ଦେହ କରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ପାଣି ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.