ବାରିପଦା: ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ପୋଡ଼ାଡିହା ପଞ୍ଚାୟତର ନଛିପୁର ଗ୍ରାମର ଜଣେ ବ୍ୟକ୍ତି ଶିମିଳିପାଳ ଜଙ୍ଗଲ ଭିତରକୁ ଯାଇଥିବା ବେଳେ କରତବସା ରେଞ୍ଜରେ ଶିକାରୀ ସନ୍ଦେହରେ ଯୁବକଙ୍କୁ ବନ ବିଭାଗର କର୍ମଚାରୀ ପିଟିପିଟି ମାରିଦେଇଥିବାର ଅଭିଯୋଗ ହୋଇଛି ।
ତେବେ ଗତ ୯ ତାରିଖରେ ଏହି ଘଟଣା ଘଟିଥିବାବେଳେ ଏହା ପ୍ରତିବାଦରେ ଗ୍ରାମବାସୀମାନେ ମୟୂରଭଞ୍ଜ ପୋଡାଡିହା ରେଞ୍ଜ ଅଫିସ ସମ୍ମୁଖରେ ମୃତକଙ୍କ ମୃତ ଶରୀର ରଖି ଧାରଣା ଦେଇଥିଲେ ।
ଦୀର୍ଘ ସମୟ ଧରି ଧାରଣା ରେ ବସିଥିଲେ ମଧ୍ୟ ବନ ବିଭାଗ କୌଣସି ପଦକ୍ଷେପ ନେଇ ନଥିଲେ । ଏହାପରେ ଆନ୍ଦୋଳନକାରୀମାନେ ରେଞ୍ଜ କାର୍ଯ୍ୟାଳୟ ଭିତରେ ପଶି ଭଙ୍ଗାରୁଜା କରିଥିଲେ l ଗ୍ରାମବାସୀଙ୍କ ଏପରି ଭଙ୍ଗାରୁଜା ପରେ ବନ ବିଭାଗ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।
ତେବେ ରେଞ୍ଜରଙ୍କ କହିବାନୁଯାଇ ମୃତକଙ୍କ ସ୍ତ୍ରୀକୁ ନିଯୁକ୍ତି ଓ ଅନ୍ତେଷ୍ଟି କ୍ରିୟା ପାଇଁ ଦଶହଜାର ଟଙ୍କା ସହାୟତା ଦିଆଯିବ l ବନ ବିଭାଗର ପ୍ରତିଶ୍ରୁତି ପରେ ଧାରଣାରୁ ହଟିଥିଲେ ଆନ୍ଦୋଳନକାରୀ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ