ETV Bharat / state

ବେପରୁଆ କାର ଧକ୍କାରେ ଲିଭିଗଲା ଶିକ୍ଷକଙ୍କ ଜୀବନ ଦୀପ - ବିଶୋଇ ଥାନା କାର ଧକ୍କା ଘଟଣା

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଅସନା ଛକ ନିକଟ ୪୯ ନଂ ଜାତୀୟ ରାଜପଥରେ ଅଘଟଣ । ଅସନା ଛକରେ ଜଣେ ଶିକ୍ଷକଙ୍କୁ ଏକ କାର ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

ବେପରୁଆ କାର ଧକ୍କାରେ ଲିଭିଗଲା ଶିକ୍ଷକଙ୍କ ଜୀବନ ଦୀପ

author img

By

Published : Apr 10, 2022, 9:51 PM IST

ରାଇରଙ୍ଗପୁର: କାର ଧକ୍କାରେ ଶିକ୍ଷକଙ୍କ ଶୋଚନୀୟ ମୃତ୍ୟୁ । ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଅସନା ଛକ ନିକଟ ୪୯ ନଂ ଜାତୀୟ ରାଜପଥରେ । ସୂଚନା ଅନୁଯାୟୀ ଦିନ ପାଖାପାଖି ୨.୩୦ ସମୟରେ ଶିକ୍ଷକ ଜଣକ ଅସନା ଛକରେ ତାଙ୍କ ଝିଅକୁ ବସରେ ବସାଇ ଜାତୀୟ ରାଜପଥ କଡ଼କୁ ଆସୁଥିବାବେଳେ ଦୃତ ଗତିରେ ଜଶିପୁର ପଟକୁ ଯାଉଥିବା ଏକ କାର ତାଙ୍କୁ ଧକ୍କା ଦେଇ ଖସି ପଳାଇଯାଇଥିଲା ।

ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଖବର ପାଇ ବିଶୋଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶିକ୍ଷକଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇ ତଦନ୍ତ କରୁଥିବା ବେଳେ ମୃତ ଶିକ୍ଷକ ଜଣକ କୋଇଲିସୁତା ଗ୍ରାମର ପୁର୍ଣ୍ଣଚନ୍ଦ୍ର ବେହେରା ବୋଲି ଜଣାପଡିଛି । ସେପଟେ କାରଟିକୁ ଜଶିପୁର ଠାରେ ପୋଲିସ ଜବତ କରିଥିବା ଓ କାର ଚାଳକକୁ ଅଟକ ରଖିଥିବାର ସୂଚନା ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.