ବାରିପଦା:ବିଦ୍ୟୁତ ଆଘାତରେ ଛାତ୍ରୀ ମୃତ୍ୟୁ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ କପ୍ତିଥାନା ଅଞ୍ଚଳରେ । ଟିଭିର ପ୍ଲଗ ଲଗାଉଥିବାବେଳେ ରାଲତାହି ଗାଁର ଚିନୁପ୍ରଭା ପାତ୍ରଙ୍କ ମୃତ୍ୟୁ ଘଟିଛି । ଭାଲୁବସା ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଥିଲେ ଚିନୁ ।
ଶାରଦୀୟ ଦୁର୍ଗା ପୂଜା ଅବସରରେ ସମସ୍ତ ସ୍କୁଲ ବନ୍ଦ ରହିଥିଲା । ସ୍କୁଲ ବନ୍ଦ ଥିବାରୁ ଚିନୁ ଘରକୁ ଫେରି ଆସିଥିଲେ । ଘରର ଅନ୍ୟ ସଦସ୍ୟମାନେ ବ୍ୟସ୍ତ ଥିବାରୁ ଚିନୁ ଟିଭି ଦେଖିବାକୁ ଇଲେକ୍ଟ୍ରି ବୋର୍ଡରେ ପ୍ଲଗ ଲଗାଇଥିଲେ । ହେଲେ ଅସାବଧାନତା କାରଣରୁ ବିଦ୍ୟୁତ ଆଘାତ ଲାଗି ସେ ଗୁରୁତର ହୋଇପଡିଥିଲେ ।
ସେପଟେ, ପରିବାର ଲୋକେ ତୁରନ୍ତ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ