ରାଇରଙ୍ଗପୁର: ବିରଳ ପ୍ରଜାତିର ଶଙ୍ଖଚୁଡ଼ ସାପ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଅନ୍ତର୍ଗତ ତେନ୍ତୁଳିପୋଷି ଗ୍ରାମ ନିକଟରୁ ଏହି ବିରଳ ପ୍ରଜାତିର ସାପଟିକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଯୁବକ ।
ସାପଟି ତେନ୍ତୁଳିପୋଷି ଗାଁର ଏକ ଘରବାଡିରେ ପଶି ଯାଉଥିବାବେଳେ କିଛି ଯୁବକ ଏହାକୁ ଦେଖିବାକୁ ପାଇଥିଲେ । ଫଳରେ ନିକଟରେ ଭୋଳେଶ୍ଵର ଦାସ ନାମକ ଜଣେ ସାପ ଧରାଳିକୁ ଖବର ଦେଇଥିଲେ । ଖବର ପାଇ ଭୋଳେଶ୍ଵର ଘଟଣାସ୍ଥଳରେ ପହଞ୍ଚି ଏହି ବିରଳ ପ୍ରଜାତିର ଶଙ୍ଖଚୁଡ଼ ସାପଟିକୁ ଉଦ୍ଧାର କରି ନିକଟସ୍ଥ ତାଟୋ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି । ତେବେ ସାପଟି ୬/୭ ଫୁଟ ଲମ୍ବ ହୋଇଥିବାବେଳେ ଏପରି ବିରଳ ପ୍ରଜାତିର ସାପ କେବଳ ଓଡ଼ିଶାର ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଥାଏ ବୋଲି ଜଣାପଡିଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ