ETV Bharat / state

ଜୀବଜନ୍ତୁଙ୍କ ଦରଦୀ ବନ୍ଧୁ ଟ୍ରାଫିକ ପୋଲିସ ସୁରଜ - ବାରିପଦାର ବାର୍ଡ ମ୍ୟାନ

ପେଶାରେ ସେ ଜଣେ ଟ୍ରାଫିକ ପୋଲିସ । ହେଲେ ନିଜର କର୍ତ୍ତବ୍ୟ ଭଳି ପ୍ରତିଦିନ ସେ ପାରାମାନଙ୍କୁ ଖାଇବାକୁ ଦିଅନ୍ତି ଖାଦ୍ୟ । ଆଉ ତାଙ୍କ ଭଲ ପାଇବାର ସ୍ବାଦ ଚାଖିବା ପରେ ଏଇ କଥା କହିପାରୁନଥିବା ପକ୍ଷୀ ତାଙ୍କ ଆସିବା ବାଟକୁ ପ୍ରତିଦିନ ଅନେଇ ବସିଥାନ୍ତି ।

baripada's bird man, mayurbhanj's traffic police bird man, mayurbhanj latest news, ମୟୂରଭଞ୍ଜ ଲାଟେଷ୍ଟ ନ୍ୟୁଜ୍‌, ବାରିପଦାର ବାର୍ଡ ମ୍ୟାନ, ମୟୂରଭଞ୍ଜର ଟ୍ରାଫିକ ପୋଲିସ ବାର୍ଡ ମ୍ୟାନ
ଟ୍ରାଫିକ ନିୟନ୍ତ୍ରଣ ସହ ପକ୍ଷୀଙ୍କୁ ଦାନା ଯୋଗାଉଛନ୍ତି ବାରିପଦାର ‘ବାର୍ଡ ମ୍ୟାନ’
author img

By

Published : Jan 13, 2020, 8:25 PM IST

ବାରିପଦା: ଦିନେ ନୁହେଁ କି ଦି ଦିନ ନୁହେଁ ଗତ 10 ବର୍ଷ ହେବ ହଜାର ହଜାର ପାରାଙ୍କୁ ଖାଦ୍ୟ ଯୋଗାଉଛନ୍ତି ଏହି ଟ୍ରାଫିକ ପୋଲିସ । ଆଉ ନିଜର ଏହି ମହତ କାର୍ଯ୍ୟ ପାଇଁ ଏବେ ସ୍ଥାନୀୟ ଅଞ୍ଚଳରେ ‘ବାର୍ଡ ମ୍ୟାନ’ ଭାବେ ପରିଚିତ ହୋଇପାରିଛନ୍ତି ବାରିପଦା ସହରର ସୁରଜ କୁମାର ରାଜ । କେବଳ ପକ୍ଷୀ ନୁହେଁ ରାସ୍ତାରେ ବୁଲୁଥିବା ଗାଈ ଗୋରୁଙ୍କ ପାଇଁ ବି ତାଙ୍କର ରହିଛି ଦରଦ ।

ଟ୍ରାଫିକ ନିୟନ୍ତ୍ରଣ ସହ ପକ୍ଷୀଙ୍କୁ ଦାନା ଯୋଗାଉଛନ୍ତି ବାରିପଦାର ‘ବାର୍ଡ ମ୍ୟାନ’

ପେଶାରେ ସେ ଜଣେ ଟ୍ରାଫିକ ପୋଲିସ । ହେଲେ ନିଜର କର୍ତ୍ତବ୍ୟ ଭଳି ପ୍ରତିଦିନ ସେ ପାରାମାନଙ୍କୁ ଖାଇବାକୁ ଦିଅନ୍ତି ଖାଦ୍ୟ । ଆଉ ତାଙ୍କ ଭଲ ପାଇବାର ସ୍ବାଦ ଚାଖିବା ପରେ ଏଇ କଥା କହିପାରୁନଥିବା ପକ୍ଷୀ ତାଙ୍କ ଆସିବା ବାଟକୁ ପ୍ରତିଦିନ ଅନେଇ ବସିଥାନ୍ତି । ମୟୂରଭଞ୍ଜ ଜିଲ୍ଲା ବାରିପଦାର ଟାଉନ ଥାନାର ଏହି ପକ୍ଷୀ ପ୍ରେମୀ ହେଉଛନ୍ତି ଟ୍ରାଫିକ ପୋଲିସ ସୁରଜ କୁମାର ରାଜ ।

କାମକୁ ଆସିବା ବେଳକୁ ପ୍ରତିଦିନ ସେ ସାଥିରେ ନେଇ ଆସନ୍ତି ଖାଦ୍ୟ । ଦିନେ ନୁହେଁ ଦୁଇ ଦିନ ନୁହେଁ ଦୀର୍ଘ 10 ବର୍ଷ ହେବ ସେ ଏମିତି ପାରାଙ୍କୁ ଦେଉଛନ୍ତି ଖାଦ୍ୟ । ପ୍ରତିଦିନ ସୂର୍ଯ୍ୟ ଉଦୟ ହେଲେ ସୂରଜଙ୍କୁ ଅନେଇ ବସିଥାନ୍ତି ହଜାର ହଜାର ପାରା। ଆଉ ତାଙ୍କର ବୁଲେଟ ଶବ୍ଦ ଶୁଣିଲେ ଉଡି ଆସି ତାଙ୍କ କାନ୍ଧ ଉପରେ ବସିଯାଆନ୍ତି । ବେଶ ଖୁସି ମନରେ ଖାଦ୍ୟ ଖାଇଥାନ୍ତି। ତେବେ ନିଜ କାମ ଭଳି ପାରାଙ୍କୁ ଖାଦ୍ୟ ଦେବା ମୋତେ ଖୁବ ଖୁସି ଦେଇଥାଏ ବୋଲି କହନ୍ତି ସୁରଜ ।

କେବଳ ଏତିକି ନୁହେଁ ରାସ୍ତାରେ ବୁଲୁଥିବା ଗାଈଗୋରୁଙ୍କୁ ମଧ୍ୟ ଖାଇବାକୁ ଦିଅନ୍ତି ସେ । ବାରିପଦାବାସୀ ମଧ୍ୟ ସୁରଜଙ୍କ ଏହି କାର୍ଯ୍ୟକୁ ନେଇ ଗର୍ବିତ । ତେଣେ ପୋଲିସ ପ୍ରତି ଜନସାଧାରଣଙ୍କ ଭାବନା କିଛି ଅଲଗା ଥିବା ବେଳେ ଟ୍ରାଫିକ ପୋଲିସଙ୍କ ଏହି କାର୍ଯ୍ୟକୁ ଭୁରି ଭୁରି ପ୍ରସଂଶା କରିଛନ୍ତି ବାରିପଦାବାସୀ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ଦିନେ ନୁହେଁ କି ଦି ଦିନ ନୁହେଁ ବିଗତ 10 ବର୍ଷ ହେବ ହଜାର ହଜାର ପାରାଙ୍କୁ ଦେଉଛନ୍ତି ଖାଦ୍ୟ । ଆଉ ସ୍ଥାନୀୟ ଅଞ୍ଚଳରେ ବାର୍ଡ ମ୍ୟାନ ଭାବେ ପରିଚିତ ମୟୂରଭଞ୍ଜର ବାରିପଦା ସହର ରଏହି ଟ୍ରାଫିକ ପୋଲିସ । ଆଗକୁ ପଢନ୍ତୁ...Body:ପେଶାରେ ସେ ଜଣେ ଟ୍ରାଫିକ ପୋଲିସ । ହେଲେ ନିଜର କର୍ତ୍ତବ୍ୟ ଭଳି ପ୍ରତିଦିନ ସେ ସ୍ଥାନୀୟ ପାରା ମାନଙ୍କୁ ଦିଅନ୍ତି ଖାଦ୍ୟ । ଆଉ ତାଙ୍କ ଭଲ ପାଇବାର ସ୍ବାଦ ଚାଖିବା ପରେ ଏଇ କଥା କହିପାରୁନଥିବା ପକ୍ଷୀ ତାଙ୍କ ଆସିବା ବାଟକୁ ପ୍ରତିଦିନ ଅନେଇ ବସିଥାନ୍ତି । ଆଉ ଏହି ପକ୍ଷୀ ପ୍ରେମୀ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ବାରିପଦାର ଟାଉନ ଥାନାର ଟ୍ରାଫିକ ପୋଲିସ ସୁରଜ କୁମାର ରାଜ ।ସ୍ଥାନୀୟ ଅଞ୍ଚଳରେ ‘ବାର୍ଡମ୍ୟାନ’ ଭାବେ ପରିଚିତ ସୁରଜ । କାମକୁ ଆସିବା ବେଳକୁ ପ୍ରତିଦିନ ସେ ସାଥିରେ ନେଇ ଆସନ୍ତି ଖାଦ୍ୟ । ଦିନେ ନୁହେଁ ଦୁଇ ଦିନ ନୁହେଁ ଦୀର୍ଘ ଦଶ ବର୍ଷ ହେବ ସେ ପାରାଙ୍କୁ ଦେଉଛନ୍ତି ଖାଦ୍ୟ । ପ୍ରତିଦିନ ସୂର୍ଯ୍ୟ ଉଦୟ ହେଲେ ସୂରଜଙ୍କୁ ଅନେଇ ବସିଥାନ୍ତି ହଜାର ହଜାର ପାରା। ଆଉ ତାଙ୍କର ବୁଲେଟ ଶବ୍ଦ ଶୁଣିଲେ ଉଡି ଆସି ତାଙ୍କ କାନ୍ଧ ଉପରେ ବସିଯାଆନ୍ତି । ଆଉ ଖାଦ୍ୟ ଖାଇଥାନ୍ତି।ନିଜ କାମ ଭଳି ପାରାଙ୍କୁ ଖାଦ୍ୟ ଦେବା ମୋତେ ଖୁବ ଖୁସି ଦେଇଥାଏ ବୋଲି କହନ୍ତି ସୁରଜ । ମୁଁ ଭବିଷ୍ୟତରେ ମଧ୍ୟ ଏଭଳି ପାରାଙ୍କୁ ଖାଦ୍ୟ ଦେବି ।
ବାଇଟ-୧-ସୁରଜ କୁମାର ରାଜ-ଟ୍ରାଫିକ ପୋଲିସ-ବାରିପଦା ଟାଉନ ଥାନା
କେବେଳ ଏତିକି ନୁହେଁ ରାସ୍ତାରେ ବୁଲୁଥିବା ଗାଈଙ୍କୁ ମଧ୍ୟ ଖାଇବାକୁ ଦିଅନ୍ତି ସେ । ବାରିପଦାବାସୀ ମଧ୍ୟ ସୁରଜ ଙ୍କ କାର୍ଯ୍ୟ କୁ ନେଇ ଗର୍ବିତ ବୋଲି କହିଛନ୍ତି। ପୋଲିସ ପ୍ରତି ଜନସାଧାରଣ ଙ୍କ ଭାବନା କିଛି ଅଲଗା ଥିବା ବେଳେ ଟ୍ରାଫିକ ପୋଲିସ ଙ୍କ ଏହି କାର୍ଯ୍ୟ କୁ ପ୍ରସଂଶା କରିଛନ୍ତି ବାରିପଦା ବାସି।
ବାଇଟ-୨-ମାନସ କୁମାର ବେହେରା-ସାମ୍ବାଦିକ-ବାରିପଦାConclusion:ପି ଟି ସି ଅଛି

Vishual ,byte, PTC, Hindi bytes ସବୁ ମଜୋ ଏବଂ wrap ରେ ଯାଇଛି।
ସର୍ବମୋଟ ଟି ଫାଇଲ ରେ ଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.