ETV Bharat / state

ମାଛ ଧରିବାକୁ ଯାଇ ଆଉ ଫେରିଲେନି ଯୁବକ, ବଜ୍ରାଘାତରେ ଚାଲିଗଲା ଜୀବନ - ରାଇରଙ୍ଗପୁରରେ ଅଘଟଣ

ବଜ୍ରାଘାତ ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ହାଣ୍ଡିଫୁଟା ଗ୍ରାମରେ । ଅଧିକ ପଢ଼ନ୍ତୁ

ମାଛ ଧରିବା ହେଲା କାଳ, ବଜ୍ରାଘାତ ନେଲା ଯୁବକଙ୍କ ଜୀବନ

author img

By

Published : Sep 21, 2022, 12:04 PM IST

ରାଇରଙ୍ଗପୁର: ମାଛ ଧରିବାକୁ ଯାଇ ଅଫେରା ରାଇଜରେ ଯୁବକ । ବଜ୍ରାଘାତ ଯୋଗୁଁ ଚାଲିଗଲା ଯୁବକଙ୍କ ଜୀବନ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ହାଣ୍ଡିଫୁଟା ଗ୍ରାମରେ । ସୂଚନା ଅନୁଯାୟୀ, ହାଣ୍ଡିଫୁଟା ଗ୍ରାମ ଗଡାସାହିର କୁଶାଲ ମାରାଣ୍ଡି ମାଛ ଧରିବା ପାଇଁ ଭୋରରୁ ବାଙ୍କୋବଳ ବନ୍ଧକୁ ଯାଇଥିଲେ । ସେ ସମୟରେ ବର୍ଷା ମଧ୍ୟ ହେଉଥିଲା ।

ତେବେ କୁଶାଲ ମାଛ ଧରୁଥିବା ସମୟରେ ହଠାତ୍ ବଜ୍ରାଘାତ ହୋଇଥିଲା । ଏହି ବଜ୍ରାଘାତ ହେବାରୁ କୁଶାଲ ସେହିଠାରେ ହିଁ ଟଳି ପଡ଼ିଥିଲେ । ସେହି ସମୟରେ ଗାଧୋଇବାକୁ ଯାଇଥିବା ସ୍ଥାନୀୟ ଲୋକେ କୁଶାଲ ପାଣିରେ ଭାସୁଥିବା ଦେଖି ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବିଶୋଇ ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ପରେ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି ।

ସୂଚନାନୁସାରେ ସବୁଦିନ ପରି କୁଶାଲ ମଙ୍ଗଳବାର ମଧ୍ୟ ବନ୍ଧକୁ ମାଛ ଧରିବାକୁ ଯାଇଥିଲେ । ଘରକୁ ଫେରିଲେ ପରିବାର ସହ ଏକାଠି ଖାଇବେ ବୋଲି ମଧ୍ୟ କହିିକି ଯାଇଥିଲେ । ହେଲେ କିଏ ବା ଜାଣିଥିଲା ଯେ କୁଶାଲଙ୍କ ଆଉ ଘରବାହୁଡ଼ା ହେବ ନାହିଁ ବୋଲି (lightning strike in Rairangpur) । ମାଛ ଧରିବାକୁ ଯିବାର ଦୀର୍ଘ ସମୟ ଯାଏଁ କୁଶାଲ ଘରକୁ ନଫେରିବାରୁ ପରିବାର ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଥିଲା । ଏହାକୁ ନେଇ ଗ୍ରାମର କିଛି ଲୋକେ କୁଶାଲ ମାଛ ଧରିବାକୁ ଯାଇଥିବା ବନ୍ଧ ନିକଟକୁ ଯାଇଥିଲେ ।

ପୋଖରୀରେ କୁଶାଲ ଭାସୁଥିବାର ଦେଖି ଚକିତ ହୋଇ ପଡ଼ିଥିଲେ । ଏହାପରେ ତୁରନ୍ତ ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ । ଖବରପାଇ ଘରଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ କୁଶାଲଙ୍କୁ ଅଗ୍ନିଶମ ବିଭାଗ ସାହାଯ୍ୟରେ ବନ୍ଧ ଭିତରୁ ଉଦ୍ଧାର କରାଯାଇଥିଲା । ଏହାପରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର କୁଶାଲ ବଜ୍ରାଘାତ ସଂସ୍ପର୍ଶରେ ଆସିବାରୁ ମୃତ୍ୟୁ ହୋଇଛି ବୋଲି କହିଥିଲେ ।

ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ପୋଲିସ ଏକ ମାମଲା ରୁଜୁ କରିଛି । ସେପଟେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ତେବେ କୁଶାଲଙ୍କୁ ହରାଇ ପୁରା ପରିବାର ସ୍ତବ୍ଧ ହୋଇଯାଇଛି । ଗାଁରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ବଜ୍ରାଘାତର ଶିକାର ହୋଇ ସବୁଦିନ ପାଇଁ ଲିଭିଗଲା କୁଶାଲଙ୍କ ଜୀବନ ଦୀପ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.