ETV Bharat / state

ହୋଲିରେ ଅଘଟଣ, ସୀତାକୁଣ୍ଡରେ ବୁଡିଗଲେ ଯୁବକ

ହୋଲି ଅବସରରେ ପିକନିକ କରିବାକୁ ଯାଇ ସୀତାକୁଣ୍ଡରେ ବୁଡିଗଲେ ଯୁବକ । ହୋଲି ଖେଳିସାରି ଗାଧୋଉ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ପାଣିରେ ବୁଡି ଯାଇଥିଲା। ଉଦ୍ଧାର ପରେ ତାଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ
author img

By

Published : Mar 22, 2019, 5:50 PM IST

ମୟୁରଭଞ୍ଜ: ଖୁସି ଏବଂ ଉଲ୍ଲାସର ପର୍ବ ହୋଲି ପାଳିଛନ୍ତିରାଜ୍ୟବାସୀ । ତେବେ ଇତି ମଧ୍ୟରେ ମୟୁରଭଞ୍ଜ ଜିଲ୍ଳା ଶିମିଳିପାଳ ସୀତାକୁଣ୍ଡରୁ ଆସିଛିଦୁଃଖଦ ଖବର । ହୋଲି ଖେଳିସାରି ସୀତାକୁଣ୍ଡରେ ଗାଧୋଉ ଥିବାବେଳେ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ବାଲେଶ୍ଵରର ଅକ୍ଷୟ ଶର୍ମା ବୋଲି ଜଣାପଡିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ସୂଚନା ମୁତାବକ, ଆଜି ହୋଲି ଅବସରରେ ପିକନିକ କରିବାକୁ 4 ଜଣ ଯୁବକ ବାଲେଶ୍ବରରୁ ଶିମିଳିପାଳ ସୀତାକୁଣ୍ଡକୁ ଆସିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଅନ୍ୟ ତିନି ଜଣ ବୁଡି ଯାଇଥିବା ଯୁବକଙ୍କୁ ଉଦ୍ଧାର କରିଥିଲେ ।

ଉଦ୍ଧାର ପରେ ତାଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏନେଇ ବାରିପଦା ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:

ତପସ୍ବିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ପୁରୀ: ତପସ୍ବିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ।  ପୁରୀ ଷ୍ଟେସନରେ 4 ନମ୍ବର ପ୍ଲାଣ୍ଟଫର୍ମରେ ଥିବା ବେଳେ ହଠାତ ନିଆଁ ଲାଗିଥିବା ସୂଚନା । ସେପଟେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ପୁରୀରୁ ସମ୍ବଲପୁରକୁ ଯାଉଥିବା ଟ୍ରେନରେ ନିଆଁ ଲାଗିଥିବାର କାରଣ ଜଣାପଡିଛି । ତେବେ ପ୍ରବଳ ଗରମ ଯୋଗୁ ଟ୍ରେନରେ ନିଆଁ ଲାଗିଥିବାର ଜଣାପଡିଛି ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.