ETV Bharat / state

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ

author img

By

Published : May 13, 2020, 11:25 PM IST

ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଶୋଠିଲ ଗାଁରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଶୋଠିଲ ଗାଁରେ ଘଟିଛି ଅଘଟଣ । ଏଠାରେ ୧୧ କେଭିର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ସେହି ଗାଁର ନୀଳମଣି ସିଂ (୫୪) । ସୂଚନା ଅନୁଯାୟୀ ବୁଧବାର ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ କାଟ ପାଇଁ ଘୋଷଣା କରାଯାଇଥିଲା । ବିଭାଗର ଘୋଷଣା ଶୁଣି ନୀଳମଣି ନିଜ ବାଡ଼ିରେ ଥିବା ବାଉଁଶ ଗଛ ଗୁଡିକ କାଟିବାକୁ ଗଛ ଉପରକୁ ଚଢିଥିଲେ । ତେବେ ହଠାତ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ସଂଯୋଗ କରାଯାଇଥିଲା ଫଳରେ ଘଟଣାସ୍ଥଳରେ ନୀଳମଣିଙ୍କ ମୃତ୍ୟ ହୋଇଥିଲା ।

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ବିଦ୍ୟୁତ ବିଭାଗ ଅବହେଳା ପାଇଁ ନୀଳମଣିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଗାଁରେ ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ବେତନଟୀ ପୋଲିସ, ତହସିଲଦାର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ୍ ମେଡ଼ିକାଲ କଲେଜକୁ ପଠାଯାଇଛି । ପୋଲିସ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.