ବାରିପଦା: ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜର ପାତିହିଞ୍ଜା ଜଙ୍ଗଲରେ । ସୂଚନା ଅନୁସାରେ, କୁଳିଅଣା ଥାନା ଅନ୍ତର୍ଗତ ବୀଜବଣି ଗାଁର ନାରଣ ହେମ୍ବ୍ରମଙ୍କ ପୁଅ ଦିନା ହେମ୍ବ୍ରମ ଓ ଶ୍ରୀଚନ୍ଦନପୁର ଗାଁର ଛୋଟରାୟ ସୋରେନଙ୍କ ଝିଅ ପାର୍ବତୀ ଗତ 2 ବର୍ଷ ଧରି ପରସ୍ପରକୁ ଭଲ ପାଉଥିଲେ । ଉଭୟଙ୍କ ପ୍ରେମ ସମ୍ପର୍କ ନିବିଡ଼ ଥିଲା |
ତେବେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ | ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହକୁ ଜବତ କରି ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ