ETV Bharat / state

ଠାକୁରମୁଣ୍ଡାରେ 19ଟି ଦେଶୀ ବନ୍ଧୁକ ସମର୍ପଣ କଲେ ଶିକାରୀ

author img

By

Published : Aug 2, 2023, 7:53 AM IST

31 ଜୁଲାଇ ଥିଲା ବନ୍ଧୁକ ସମର୍ପଣର ଶେଷ ଦିନ । ଶେଷ ଦିନରେ ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରୁ ୧୯ଟି ଦେଶୀ ବନ୍ଧୁକ କରାଗଲା ସମର୍ପଣ । ଅଧିକ ପଢ଼ନ୍ତୁ

31 ଜୁଲାଇ ଥିଲା ବନ୍ଧୁକ ସମର୍ପଣର ଶେଷ ଦିନ
31 ଜୁଲାଇ ଥିଲା ବନ୍ଧୁକ ସମର୍ପଣର ଶେଷ ଦିନ
31 ଜୁଲାଇ ଥିଲା ବନ୍ଧୁକ ସମର୍ପଣର ଶେଷ ଦିନ

ରାଇରଙ୍ଗପୁର: ଏସିଆ ମହାଦେଶର ଦ୍ବିତୀୟ ଜୈବମଣ୍ଡଳ ଶିମିଳିପାଳ ଅଭୟାରଣ୍ୟରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଛି । ନିୟମିତ ଭାବରେ ପୋଲିସ ଓ ବନବିଭାଗ ଶିମିଳିପାଳ ଅଭୟାରଣ୍ୟ ଓ ପାଦଦେଶ ଗୁଡିକରେ ସର୍ଚ୍ଚ ଅପରେସନ ଚଳାଇଛନ୍ତି । ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ଏବଂ ଶିମିଳିପାଳ ଅଭୟାରଣ୍ୟର ପାଦ ଦେଶରେ ଗତ କିଛି ଦିନ ହେବ ବନ୍ଧୁକ ସମର୍ପଣ ଅଭିଯାନ ଜାରି ରହିଥିଲା । ତେବେ ଗତ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ଶେଷ ଦିନରେ ଠାକୁରମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରୁ ୧୯ଟି ଦେଶୀ ବନ୍ଧୁକ ପଞ୍ଚାୟତର ସରପଞ୍ଚ ପାଖରେ ସମର୍ପଣ କରାଯାଇଛି । ଶିମିଳିପାଳ ଅଭୟାରଣ୍ୟରେ 2ଜଣ ବନ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହାପରେ ଶିମିଳିପାଳ ଅଭୟାରଣ୍ୟରେ ବନ କର୍ମଚାରୀମାନଙ୍କ ସୁରକ୍ଷା ଏବଂ ବନ୍ୟଜନ୍ତୁ ସୁରକ୍ଷା ପାଇଁ ମୟୂରଭଞ୍ଜ ପୋଲିସ ମଧ୍ୟ ସାମିଲ ହୋଇଥିଲା ।

ମୟୂରଭଞ୍ଜ ପୋଲିସ ଏବଂ ବନବିଭାଗ ମିଳିତ ଭାବେ ଶିମିଳିପାଳ ଭିତରେ ରହିଥିବା ଗ୍ରାମବାସୀମାନଙ୍କୁ ବନ୍ଧୁକ ସମର୍ପଣ କରିବାକୁ ଆହ୍ୱାନ ଦେଇଥିଲେ । ଯଦି କାହା ପାଖରେ ଦେଶୀ ବନ୍ଧୁକ ଥାଏ ତେବେ ଜୁଲାଇ ୩୧ ସୁଦ୍ଧା ପୋଲିସ ପ୍ରଶାସନ କିମ୍ବା ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କ ପାଖରେ ବନ୍ଧୁକ ସମର୍ପଣ କରିନ୍ତୁ । ନଚେତ ୩୧ ତାରିଖ ପରେ ଯଦି କାହା ପାଖରୁ ବନ୍ଧୁକ ଜବତ ହୁଏ ତେବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିରେ ଭୟଭୀତ ହୋଇ ଶିମିଳିପାଳ ଅଭୟାରଣ୍ୟରେ ଶିକାର ଉଦ୍ଦେଶ୍ୟରେ ବନ୍ଧୁକ ରଖିଥିବା ଲୋକମାନେ ଶେଷ ଦିନରେ ବନ୍ଧୁକ ଗୁଡିକୁ ସମର୍ପଣ କରିଥିଲେ ।

ଅଧିକ ପଢନ୍ତୁ: Hunter Arrest: ପୋଲିସ ଓ ବନ କର୍ମଚାରୀଙ୍କ କମ୍ବିଂ ଅପରେସନ, ୨ ଶିକାରୀ ଗିରଫ

ଠାକୁରମୁଣ୍ଡା ଥାନା ଅଞ୍ଚଳରୁ ୧ଟି ଏବଂ ମହୁଲଡିହା ଥାନା ଅଞ୍ଚଳରୁ ୧୮ଟି ଦେଶୀ ବନ୍ଧୁକ ଶିକାରୀମାନେ ପଞ୍ଚାୟତ ସରପଞ୍ଚମାନଙ୍କୁ ସମର୍ପଣ କରିଥିବା ପୋଲିସ ସୂଚନା ଦେଇଛି । ପୂର୍ବରୁ ଚମ୍ପାଝର ସରପଞ୍ଚ ବିକ୍ରମ ପିଙ୍ଗୁଆଙ୍କ ନିକଟରେ ୧୨ଟି ଦେଶୀ ବନ୍ଧୁକ, କେଶଡିହା ସରପଞ୍ଚ ବିଣାପାଣି ନାୟକଙ୍କ ନିକଟରେ ୨ଟି ବନ୍ଧୁକ ସମର୍ପଣ ହୋଇଥିଲା । ଏହାସହ ଭାଲିଆଡାଳ ସରପଞ୍ଚ ଜାହ୍ନବୀ ସୋଏଙ୍କ ନିକଟରେ ୩ଟି ଏବଂ ସାତକୋଶିଆ ସରପଞ୍ଚଙ୍କ ନିକଟରେ ଗୋଟିଏ ଦେଶୀ ବନ୍ଧୁକ ସମର୍ପଣ କରିଥିଲେ ଶିକାରୀ । ଏହି ବନ୍ଧୁକ ଗୁଡିକ ଥାନାରେ ଜିମା ଦେବା ସମୟରେ କରଞ୍ଜିଆ ବନଖଣ୍ଡର ଏସିଏଫ ଫାଲଗୁନୀ ବେହେରା, ଠାକୁରମୁଣ୍ଡା ରେଞ୍ଜର କିଶୋର କୁମାର ପାଣିଗ୍ରାହୀ, ସାତକୋଶିଆ ରେଞ୍ଜର ରବିନ୍ଦ୍ର କୁମାର ମହାନ୍ତ ଓ ବନ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.