ETV Bharat / state

ବାରିପଦାରୁ 9ଜଣ ଦଲାଲ ଗିରଫ

author img

By

Published : Sep 28, 2019, 7:46 PM IST

ମୟୂରଭଞ୍ଜ ଜିଲ୍ଲାରେ ପୋଲିସ ପକ୍ଷରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଚଢାଉ କରାଯାଇଛି । ଏହି ଚଢାଉରେ ପୋଲିସ ମୋଟ 9 ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ମୟୁରଭଞ୍ଜ

ବାରିପଦା: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ “ମୋ ସରକାର’’ ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ପୋଲିସ ତତ୍ପର ହୋଇଉଠିଛି । ମୟୁରଭଞ୍ଜ ଜିଲ୍ଲାରେ 'ମୋ ସରକାର’ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଜିଲ୍ଳା ପ୍ରଶାସନ ଅଣ୍ଟା ଭିଡ଼ିଛି । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ଅଫିସରେ ଦଲାଲ ରାଜ ଅବସାନ ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଅଭିଯାନ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ମୟୁରଭଞ୍ଜ

ବାରିପଦା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଚଢାଉ କରି ୬ ଜଣ ଦଲାଲଙ୍କୁ ଗିରଫ କରି ଟାଉନ୍ ଥାନା ପୋଲିସ କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ଦଲାଲମାନେ ହେଲେ ପ୍ରିତମ ବାରିକ୍(୩୬), ସୂର୍ଯ୍ୟପ୍ରକାଶ ବେହେରା(୪୪), ଅମର କୁମାର ସେଠୀ(୪୯), ଜିତେନ୍ଦ୍ର ବିଶ୍ବାଳ(୪୬), ସଦାଶିବ ମହାପାତ୍ର(୫୫) ଏବଂ ସାଲୋର ରଞ୍ଜନ ପରିଡ଼ା(୪୬) । ବିଭିନ୍ନ ସମୟରେ ଯାନବାହାନ ଲାଇସେନ୍ସ ପାଇଁ ଆଞ୍ଚଳିକ ପରିବହନକୁ ଆସୁଥିବା ନିରୀହ ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଛି । ଏହି ଦଲାଲମାନଙ୍କ ବିରୋଧରେ ଟାଉନ୍ ଥାନାରେ କେସ ନମ୍ବର ୨୩୭ ରେ ଏକ ମାମଲା ରୁଜୁ କରି ୧୮୬/୪୧୯/୪୪/୪୧ ଦଫାରେ କୋର୍ଟ ଚାଲାଣ କରାଯାଇଛି ।

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଶୁକ୍ରବାର ପୂର୍ବାହ୍ନ ସାଢେ ୧୧ଟରେ ଟାଉନ୍ ଥାନା ପୁଲିସ ଦ୍ବାରା ଚଢ଼ାଉ କରାଯାଇଥିଲା । ସରକାରୀ ମେଡିକାଲକୁ ଆସୁଥିବା ରୋଗୀଙ୍କୁ ବିଭିନ୍ନ ସମୟରେ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପ୍ରବର୍ତ୍ତାଇବା ଅଭିଯୋଗରେ ତିନି ଜଣ ଦଲାଲଙ୍କୁ ପୋଲିସ ଗିରଫ କରିଛି । ସେମାନେ ହେଲେ ସରୋଜ କୁମାର ଜେନା(୪୭), ଚିରଞ୍ଜିବ ଦାସ (୩୦) ଏବଂ ଦେବେନ୍ଦ୍ର ନାଥ ମୁର୍ମୁ (୩୮) । ସେମାନଙ୍କ ବିରୋଧରେ କେସ 236 ମାମଲା ରୁଜୁ କରି ୧୮୬/୪୧୯/୪୪/୪୧ ଦଫାରେ କୋର୍ଟ ଚାଲାଣ କରାଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:         ଲୋକମାନଙ୍କର ସରକାର “ମୋ ସରକାର’’ ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ପୁଲିସ୍ ତତ୍ପର ହୋଇଉଠିଛି। ମୟୁରଭଞ୍ଜ ଜିଲ୍ଲାରେ ମୋ ସରକାର’ ଯୋଜନାକୁ ଲୋକଙ୍କ ପାଖରେ ପହଚାଇବାକୁ ଜିଲ୍ଳା ପ୍ରଶାସନ ଅଣ୍ଟା ଭିଡ଼ିଛି । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ଅଫିସରେ ଦଲାଲ ରାଜ୍ ଅବସାନ ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଅଭିଯାନ ଆରମ୍ଭ କରିଛି । ଏନେଇ ଶୁକ୍ରବାର ଜିଲ୍ଲା ଆଞ୍ଚଳିକ ପରିବହନ ବରିପଦା ଠାରେ ୬ ଜଣ ଦଲାଲଙ୍କୁ ଚିହ୍ନଟ କରି ବାରିପଦା ଟାଉନ୍ ଥାନା ପୁଲିସ୍ ଗିରଫ କରି କୋର୍ଟ ଚାଲଣ କରିଥିବା ଜଣାପଡ଼ିଛି । ଗିରଫ ହୋଇଥିବା ଦଲାଲମାନେ ହେଲେ ଟାଉନ ଥାନା ଅନ୍ତର୍ଗତ ୧୮ ନମ୍ବର ୱାର୍ଡ ସ୍ଥିତ ବୀଜୟରାମଚନ୍ଦ୍ରପୁରର ପ୍ରିତମ ବାରିକ୍(୩୬), ଭୂଗୁଡାକଟର ସୂର୍ଯ୍ୟପ୍ରକାଶ ବେହେରା(୪୪), ତୁଳସୀ ଚଉରର ଅମର କୁମାର ସେଠୀ(୪୯), ଯମୁନାଦେଇପୁରର ଜିତେନ୍ଦ୍ର ବିଶ୍ୱାଳ(୪୬), ସଦର ଥାନା ଅନ୍ତର୍ଗତ ବରଜପୁରର ସଦାଶିବ ମହାପାତ୍ର(୫୫) ଏବଂ ଉଦଳା ଥାନା ଅନ୍ତର୍ଗତ ସାଲୋର ରଞ୍ଜନ ପରିଡ଼ା(୪୬) ବୋଲି ଜଣାପଡ଼ିଛି । ଗାଡି ନାଇସେନ୍ସ ପାଇଁ ଆଞ୍ଚଳିକ ପରିବହନକୁ ଆସୁଥିବା ନିରୀହ ଲୋକଙ୍କୁ ଠକୁଥିବା ଏହି ଦଲାଲମାନଙ୍କ ବିରୋଧରେ ଟାଉନ୍ ଥାନାରେ ୨୩୭ ନମ୍ବରରେ ଏକ ମାମଲା ରୁଜୁ କରି ୧୮୬|୪୧୯|୪୪|୪୧ ଦଫାରେ କୋର୍ଟ ଚାଲାଣ କରାଯାଇଛି ।ସେହିପରି ପିଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଶୁକ୍ରବାର ପୂର୍ବାହ୍ନ ସାଢେ ୧୧ଟରେ ଟାଉନ୍ ଥାନା ପୁଲିସ୍ ଚଢ଼ାଉ କରିଥିବା ବେଳେ ମେଡିକାଲି ଆସୁଥିବା ରୋଗୀଙ୍କୁ ବିଭିନ୍ନ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପ୍ରବର୍ତ୍ତାଉଥିବା ତିନି ଜଣ ଦଲାଲଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲଣ କରିଛି। ସେମାନେ ହେଲେ ଗଉନ୍ ଥାନା ଅନ୍ତର୍ଗତ କାଳିକାପୁରର ସରୋଜ କୁମାର ଜେନା(୪୭), ରପୁର ପଚାପାଳର ଚିରଞ୍ଜିବ ଦାସ (୩୦)ଏବଂ ସଦର ଥାନା ଅନ୍ତର୍ଗତ ବରଜପୁରର ଦେବେନ୍ଦ୍ର ନାଥ ମୁର୍ମୁ(୩୮)।ସେମାନଙ୍କ ବିରୋଧରେ ୨୩୬ରେ ମସଲା ଚୁକ୍ତି କରି କୋର୍ଟ ଚାଲାଣ କରାଯାଇଥିବା ଟାଉନ୍ ଥାନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସୂଚନା ଯୋଗ୍ୟ ଯେ ଗତ ଗୁରୁବାର ବାରିପଦା ପିଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ତିନି ଜଣ ଦଲାଲଙ୍କୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଥିବା ବେଳେ ଆଜି ପୁଣି ତିନି ଜଣଙ୍କୁ ଗିରଫ କରାଯାଇଛିConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.