ETV Bharat / state

ଦୟନୀୟ ଅବସ୍ଥାରେ 5 ଅନାଥ ଶିଶୁ, ମୂଲ ଲାଗି ପୋଷୁଛି ବଡ ଭଉଣୀ

author img

By

Published : May 12, 2021, 6:31 AM IST

ଦୟନୀୟ ଅବସ୍ଥାରେ ବିତୁଛି ପିତା ମାତା ଛେଉଣ୍ଡ 5 ଜଣ ଶିଶୁଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଶାଳଚୁଆ ପଞ୍ଚାୟତରେ । ଅଧିକ ପଢନ୍ତୁ...

5 orphan child need help in rairnagpur of mayurbhanj
ଦୟନୀୟ ଅବସ୍ଥାରେ ବିତୁଛି ପାଞ୍ଚ ଅନାଥଙ୍କ ଜୀବନ, ସରକାରୀ ସହାୟତା ଅପେକ୍ଷାରେ

ରାଇରଙ୍ଗପୁର: ଦୟନୀୟ ଅବସ୍ଥାରେ ବିତୁଛି ଅନାଥଙ୍କ ଜୀବନ। ବଡ ଭଉଣୀ ଉପରେ ପରିବାର ବୋଝ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଶାଳଚୁଆ ପଞ୍ଚାୟତ ଅନ୍ତର୍ଗତ କରଡାପାଳ ଗ୍ରାମରେ ।

ବାପା ମାଙ୍କୁ ହରାଇ ୪ ଜଣ ଛୋଟ ଭାଇ ଭଉଣୀକୁ ନେଇ ୧୯ ବର୍ଷୀୟ ବଡ ଭଉଣୀ ସୀତା ପରିବାରର ବୋଝ ମୁଣ୍ଡାଇ ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି। ବାପା ଯତିନ୍ ହାଁସଦା ୬ ବର୍ଷ ଓ ମା ଅଢେ଼ଇ ବର୍ଷ ପୂର୍ବରୁ ପିଲା ମାନଙ୍କୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି । ଏପରି ସମୟରେ ତାଙ୍କର ୫ ଜଣ ସନ୍ତାନ ନିଃସହାୟ ହୋଇଯାଇଛନ୍ତି । ୫ ଜଣ ପିଲାଙ୍କ ମଧ୍ୟରୁ ୩ ଜଣ ଝିଅ ଓ ୨ ଜଣ ପୁଅ ରହିଛନ୍ତି। ବାପା ମା ଙ୍କ ମୃତ୍ୟୁ ପରେ ବଡ ଭଉଣୀ ସୀତା ୪ର୍ଥ ଶ୍ରେଣୀରୁ ପାଠ ପଢା ଛାଡି ଛୋଟ ଭାଇ ଭଉଣୀଙ୍କ ବୋଝ ମୁଣ୍ଡାଇଥିଲା। ମା ଙ୍କ ନାମରେ ଥିବା ରାସନ କାର୍ଡରେ ସେମାନଙ୍କ ନାମ ଥିବାରୁ ୫ ଜଣ ସଦସ୍ୟ ଏବେ ମାସକୁ ୨୫ କେଜି ଚାଉଳ ପାଉଛନ୍ତି। ପାଉଥିବା ଏହି ଚାଉଳ ମାସେ ନପୁରୁଣୁ ଶେଷ ହୋଇଯାଉଛି। ବଡ ଭଉଣୀ ସୀତା ମୂଲ ଲାଗି ପାଉଥିବା ମଜୁରୀରୁ ପରିବାର ଚଳୁଛନ୍ତି। ୪ ଜଣ ଭାଇ ଭଉଣୀକୁ ସ୍କୁଲରେ ପାଠ ପଢ଼ାଇବାର ଦାୟିତ୍ବ ମଧ୍ୟ ସୀତା ଉପରେ। ୫ ଜଣ ଭାଇ ଭଉଣୀ ଏକ ବଖରା ଭଙ୍ଗା ଚାଳ ଘରେ ବିତାଉଛନ୍ତି ଜୀବନ। ଦୟନୀୟ ଅବସ୍ଥାରେ ଦିନ କାଟୁଥିବା ଏହି ଅନାଥ ପିଲା ଗୁଡିକ ଉପରେ ସରକାରଙ୍କ ଦୃଷ୍ଟି ପଡୁନାହିଁ।

ସରକାର ଅନାଥ ଶିଶୁ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଥିଲେ ମଧ୍ୟରେ ସେମାନଙ୍କ ପାଖରେ ପହଞ୍ଚି ନାହିଁ । ସରକାରୀ ଯୋଜନା ସବୁ ଯେପରି ସାତସପନ ହୋଇଛି। ସ୍ଥାନୀୟ ସରପଞ୍ଚ ବିପିନ ବିଶ୍ବାଳକୁ ଏ ସମ୍ପର୍କରେ ପଚାରିବାରୁ ଏହି ପିଲା ମାନଙ୍କ ସମ୍ପର୍କରେ ଜାଣିଥିବାକହିଥିଲେ। ତାଲିକାରେ ଏମାନଙ୍କ ନାମ ନଥିବାରୁ ଘର ଯୋଗାଇ ଦିଆଯାଇପାରିନାହିଁ। ତାଙ୍କର ନାମ ତାଲିକାରେ ରଖାଯାଇଛି। ଆଗାମୀ ଦିନରେ ଘର ପାଇବାକୁ ଅଗ୍ରାଧିକାର ଦିଆଯିବ ବୋଲି ସରପଞ୍ଚ କହିଛନ୍ତି । ମୟୂରଭଞ୍ଜ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଉପଯୁକ୍ତ ଦୃଷ୍ଟି ଦେଲେ ପାଞ୍ଚ ଅନାଥ ଶିଶୁ ସରକାରୀ ସହାୟତା ପାଇପାରନ୍ତେ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.