ETV Bharat / state

ମୟୂରଭଞ୍ଜରେ ସରିଲା 4ର୍ଥ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲ

ଆଜି ମୟୂରଭଞ୍ଜରେ ସରିଲା 4ର୍ଥ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲ। ଶେଷ ଦିନରେ କଂଗ୍ରେସ ଦଳ ଓ ସ୍ୱାଧୀନ ପ୍ରାର୍ଥୀମାନେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ବାରିପଦା ସହରରେ ଆଜି ନାମାଙ୍କନ ପତ୍ର ଦାଖଲ ସମୟରେ ନିଜର ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ।

author img

By

Published : Apr 9, 2019, 7:18 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ମୟୂରଭଞ୍ଜ

ମୟୂରଭଞ୍ଜ: ରାଜ୍ୟରେ ଜମୁଛି ନିର୍ବାଚନୀ ପ୍ରଚାର । ଏହି ସରଗରମ ମାହୋଲ ଭିତରେ ମୟୁରଭଞ୍ଜ ଜିଲ୍ଲାରେ ମଙ୍ଗଳବାର ସରିଛି 4ର୍ଥ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲ। ଶେଷ ଦିନରେ କଂଗ୍ରେସ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ମାନେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ମୟୂରଭଞ୍ଜ

ଗତକାଲି ପ୍ରମୁଖ ରାଜନୈତିକ ଦଳ ବିଜେଡି,ବିଜେପି ଓ ଜେ ଏମ୍ ଏମ୍ ର ବିଧାୟକ ଓ ସାଂସଦ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବାରିପଦା ସହରରେ ଆଜି ନାମାଙ୍କନ ପତ୍ର ଦାଖଲ ସମୟରେ ନିଜର ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ।

ଶେଷ ଦିନରେ କଂଗ୍ରେସର ମୋରଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଭାସ କର ମହାପାତ୍ର, ବାରିପଦା ନିର୍ବାଚନ ମଣ୍ଡଳୀ ପାଇଁ ଦଶରଥ ସିଂ ଓ ବଡ଼ସାହି ନିର୍ବାଚନ ମଣ୍ଡଳୀ ପାଇଁ ମହିଳା ପ୍ରାର୍ଥୀ ଭାବେ ଦେବଯାନୀ ବେହେରା ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସେହିପରି ବଡ଼ସାହି, ବାରିପଦା, ମୋରଡ଼ା, ବାଙ୍ଗରିପୋଷି, ଉଦଳା ନିର୍ବାଚନ ମଣ୍ଡଳୀ ପାଇଁ ଆଜି ଶେଷ ଦିନରେ ବହୁ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ

Intro:Body:

askjlas

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.