ETV Bharat / state

ମୟୂରଭଞ୍ଜରେ ମାଡୁଛି କୋରୋନା, ୨୦ହଜାର ଟପିଲାଣି ସଂକ୍ରମଣ - ପଜିଟିଭ

ରାଜ୍ୟରେ ଦିନକୁ ଦିନ ହୁ ହୁ ବଢୁଛି କୋରୋନା ସଂକ୍ରମଣ । ସେଥିରୁ ବାଦ ପଡିନି ମୟୂରଭଞ୍ଜ ଜିଲ୍ଲା । ଦୈନିକ ସଂକ୍ରମଣ ପାଞ୍ଚଶହ ମୁହାଁ ହୋଇଛି । ଅଧିକ ପଢନ୍ତୁ...

ମୟୁରଭଞ୍ଜରେ ମାଡୁଛି କୋରୋନା
ମୟୁରଭଞ୍ଜରେ ମାଡୁଛି କୋରୋନା
author img

By

Published : May 14, 2021, 11:36 AM IST

ବାରିପଦା: ରାଜ୍ୟରେ ହୁ ହୁ ହୋଇ ବଢୁଛି କୋରୋନା ପଜିଟିଭ । ଦୈନିକ 12ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସଂକ୍ରମଣରୁ ବାଦ ପଡିନି ମୟୂରଭଞ୍ଜ ଜିଲ୍ଲା । ଜିଲ୍ଲାରେ ଆଜି(ଶୁକ୍ରବାର) 480 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ମୟୁରଭଞ୍ଜରେ ମାଡୁଛି କୋରୋନା

କୋରୋନାର ଦ୍ବିତୀୟ ଲହର ମୟୂରଭଞ୍ଜ ଜିଲ୍ଲାକୁ କବଳିତ କରିଛି । ଦ୍ବିତୀୟ ଲହର କୋପରେ ଜିଲ୍ଲାରେ ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ଚିହ୍ନଟ ହୋଇଥିବା 480ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୪୮୦ ରେ ପହଞ୍ଚିଛି । ଜିଲ୍ଲାରୁ ଏବେ ସୁଦ୍ଧା ମୋଟ 17958ଜଣ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ ବର୍ତ୍ତମାନ 2428ଟି ସକ୍ରିୟ ମାମଲା ରହିଛି ।

ରାଜ୍ୟରେ ଜିଲ୍ଲାରେ ଚିହ୍ନଟ ହୋଇଥିବା ସଂକ୍ରମିତ ଜିଲ୍ଲା ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲା ସପ୍ତମ ସ୍ଥାନରେ ରହିଛି । ଜିଲ୍ଲାରେ 93ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି । ଜିଲ୍ଲାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି । ଶୁକ୍ରବାର ଚିହ୍ନଟ ୪୮୦ ଜଣ କୋରୋନା ଆକ୍ରାନ୍ତ ହୋମ ଆଇସୋଲେସନ ଏବଂ ବାରିପଦା ବାଙ୍କୀଷୋଳ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରରେ ରହି ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.