ETV Bharat / state

୪୦ ଜବରଦଖଲକାରୀଙ୍କୁ ଉଚ୍ଛେଦ: ଚିନ୍ତାରେ ବିସ୍ଥାପିତ - ଜବର ଦଖଲକାରୀଙ୍କୁ ଉଚ୍ଛେଦ

ବୁଢ଼ାବଳଙ୍ଗ ନଦୀରେ ଏକ ନୂତନ ପୋଲର କାର୍ଯ୍ୟ ଚାଲିଛି। ପୋଲର ସଂଯୋଗୀକରଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ଜିଲ୍ଲା ପ୍ରଶାସନ ୪୦ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିଛି। ଯାହାକୁ ନେଇ ଚିନ୍ତାରେ ବିସ୍ଥାପିତ । ଅଧିକ ପଢନ୍ତୁ

୪୦ ଜବର ଦଖଲକାରୀଙ୍କୁ ଉଚ୍ଛେଦ : ଚିନ୍ତାରେ ବିସ୍ଥାପିତ

author img

By

Published : Nov 21, 2021, 9:43 PM IST

ବାରିପଦା : ଜିଲ୍ଲାର ପୋଡାଅସ୍ତିଆ ଠାରେ ବୁଢ଼ାବଳଙ୍ଗ ନଦୀରେ ଏକ ନୂତନ ପୋଲର କାର୍ଯ୍ୟ ଚାଲିଛି। ପୋଲର ସଂଯୋଗୀକରଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ଜିଲ୍ଲା ପ୍ରଶାସନ ୪୦ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିଛି । ଦୀର୍ଘ ଦିନ ହେବ ଲୋକେ ଏଠାରେ ରହି ଆସୁଥିବାବେଳେ ପ୍ରଶାସନ ବିନା ଥଇଥାନରେ ଉଚ୍ଛେଦ କରିବାରୁ ଲୋକେ ଦୁଃଖ ପ୍ରକାଶ କରିଛନ୍ତି । ଏହି ଉଚ୍ଛେଦ କାର୍ଯ୍ୟରେ ବାରିପଦା ତହସିଲ, ପୂର୍ତ୍ତ ବିଭାଗ ଓ ମ୍ୟୁନିସିପାଲଟି ଓ ବିଦ୍ୟୁତ ବିଭାଗର ଅଧିକାରୀ ଉପସ୍ଥିତ ରହିବେ।

୪୦ ଜବର ଦଖଲକାରୀଙ୍କୁ ଉଚ୍ଛେଦ : ଚିନ୍ତାରେ ବିସ୍ଥାପିତ

ତେବେ ବିସ୍ଥାପିତ ହେଉଥିବା ୧୫ ପରିବାର ବୁଢ଼ାବଳଙ୍ଗ ପୋଲୋର ଉତ୍ତର ପାର୍ଶ୍ଵରେ ଦୀର୍ଘ ୩୦ ବର୍ଷ ଧରି ରହି ଆସୁଛନ୍ତି। ଏହି ସ୍ଥାନରେ ସେମାନଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ପାନୀୟଜଳ, ପକ୍କାରାସ୍ତା, ଆଧାରକାର୍ଡ ଓ ରାସନ କାର୍ଡ ଆଦି ଯୋଗାଇ ଦିଆଯାଇଛି। ପୂର୍ବରୁ ଏହି ସ୍ଥାନରେ ସରକାରଙ୍କ ପକ୍ଷରୁ ବସ୍ତିବାସିନ୍ଦାଙ୍କୁ ପଟ୍ଟା ପ୍ରଦାନ ନିମନ୍ତେ ସର୍ଭେ କରାଯାଇଥିଲା। ଦୀର୍ଘ ବର୍ଷ ହେବ ସେମାନେ ଏହି ସ୍ଥାନରେ ରହି ଆସୁଥିବାବେଳେ ଉଠା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.