ETV Bharat / state

ବେଆଇନ ଲଟେରୀ ଟିକେଟ ବିକ୍ରି ଅଭିଯୋଗରେ ୪ ଗିରଫ - 4 arrested on illegal lottery tickets

ବେଆଇନ ଭାବେ ଲଟେରୀ ଟିକେଟ ବିକ୍ରି କରୁଥିବା ୪ ଜଣ ବୁକିଙ୍କୁ ଗିରଫ କରିବା ସହିତ ନଗଦ 7 ହଜାର 430 ଟଙ୍କା ଓ 100ଟି ଲଟେରୀ ଟିକେଟ୍ ଜବତ କରିଛି ବାରିପଦା ଟାଉନ ପୋଲିସ । ଅଧିକ ପଢନ୍ତୁ...

ବେଆଇନ ଲଟେରୀ ଟିକେଟ ବିକ୍ରି ଅଭିଯୋଗରେ ୪ ଗିରଫ

author img

By

Published : Jul 10, 2021, 10:58 PM IST

ବାରିପଦା: ବାରିପଦା ଟାଉନ ପୋଲିସକୁ ମିଳିଛି ବଡ ସଫଳତା । ବେଆଇନ ଭାବେ ଲଟେରୀ ଟିକେଟ ବିକ୍ରି କରୁଥିବା ୪ ଜଣ ବୁକିଙ୍କୁ ଗିରଫ କରିବା ସହିତ ନଗଦ 7 ହଜାର 430 ଟଙ୍କା ଓ 100ଟି ଲଟେରୀ ଟିକେଟ୍ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଲଟେରୀ ବୁକି ହେଲେ ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନଂ-୯ ସୁନଗଡ଼ିଆ ଅଞ୍ଚଳର କେଶବ ଜେନାଙ୍କ ପୁଅ କମଲ ଜେନା (32), ୱାର୍ଡ ନଂ-୧୦ ଲାଲ ବଜାର ଅଞ୍ଚଳର ସ୍ବର୍ଗତ ତାରପଦ ପରମାଲିକଙ୍କ ପୁଅ ବରୁଣ ପ୍ରାମାଲିକ୍(58), ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲ୍ଲାର ନାବଗ୍ରାମ ଅଞ୍ଚଳର ମଏଜ ହୁସେନଙ୍କ ପୁଅ ଅଜିଦ୍ ହୁସେନ୍ (33) ଏବଂ ପଶ୍ଚିମ ମେଦିନପୁର ଜିଲ୍ଲାର ମୋମିନମୋହାଲା ଅଞ୍ଚଳର ଏସକେ ମୋତିଙ୍କ ପୁଅ ଏସକେ ଅହମ୍ମଦ ଉଲ୍ଲା (52)ଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ ।

ବେଆଇନ ଲଟେରୀ ଟିକେଟ ବିକ୍ରି ଅଭିଯୋଗରେ ୪ ଗିରଫ

ଆଜି(ଶନିବାର) ଚାରି ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଟାଉନ ଥାନା ଅଧିକାରୀ ବିରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି । ତେବେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ସାଧା ପୋଷାକରେ ସ୍ବତନ୍ତ୍ର ପୋଲିସ ଦଳ ଅତର୍କିତ ଭାବେ ଲଟେରୀ ବିକ୍ରି କରୁଥିବା ସ୍ଥାନରେ ଚଢ଼ାଉ କରି ଚାରି ଅଭିୟୁକ୍ତଙ୍କୁ ଗିରଫ କରିଛି । ଏନେଇ ଟାଉନ ଥାନାରେ ୬୩୪/୨୧ରେ ୪୨୦ଆଇପିସି ଦଫାରେ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ । ଏହା ପଛରେ ଅନ୍ତରାଜ୍ୟ ରାକେଟ କାମ କରୁଥିବା ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.