ETV Bharat / state

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା; 2 ଗୁରୁତର, 3 ଆହତ

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ବେଣ୍ଟକାରପୋଡା ନିକଟ ପେଟ୍ରୋଲ ପମ୍ପ ସମ୍ମୁଖରେ 2ବାଇକ ମୁହାଁମୁହିଁ ଧକ୍କା । ୨ ଯୁବକ ଗୁରୁତର, ୩ ଆହତ। ଅଧିକ ପଢନ୍ତୁ...

author img

By

Published : Jun 8, 2021, 9:03 PM IST

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, 2ଗୁରୁତର 3 ଆହତ

ରାଇରଙ୍ଗପୁର: ବାଇକକୁ ଧକ୍କା ଦେଲା ବାଇକ ।୨ ଯୁବକ ଗୁରୁତର, ୩ ଆହତ। ଏଭଳି ଏକ ଘଟଣା ଘଠିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ବେଣ୍ଟକାରପୋଡା ନିକଟ ପେଟ୍ରୋଲ ପମ୍ପ ସମ୍ମୁଖରେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବା ଭଦୁବେଡା ଗ୍ରାମର ଦୁର୍ଗା ନାଏକ ଓ ଭଣ୍ଡୁ ନାଏକକୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ସୂଚନା ଅନୁଯାୟୀ, ଭଦୁବେଡା ଗ୍ରାମରୁ ଏକ ବାଇକ ଯୋଗେ ଦୁର୍ଗା ନାଏକ, ଭୁଣ୍ଡୁ ନାଏକ ଓ କୁଚେଇଦଡିହି ଗ୍ରାମର ବୁଧୁରାମ ହୋ ୩ ଜଣ ଏକ ବାଇକ ଯୋଗେ ଠାକୁରମୁଣ୍ଡା ଆସୁଥିବା ସମୟରେ ବିପରୀତ ଦିଗରୁ ଯାଉଥିବା କାଠୁଅ ନୁଆଗାଁ ଗ୍ରାମର ଲିପୁନ ପଢ଼ିଆଳ ଓ ବିଦୁର ପଢ଼ିଆଳଙ୍କ ବାଇକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.