ETV Bharat / state

ମୟୂରଭଞ୍ଜ: ବିଜେପିରେ ସାମିଲ ହେଲେ ଜିଲ୍ଲାର ଏକାଧିକ ବିଜେଡି କର୍ମୀ - joins

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀର ୩୪ ଜଣ ବିଜୁ ଯୁବ ବାହିନୀ ସଦସ୍ୟ ଓ ୨୧ ଜଣ ବିଜେଡ଼ି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Apr 2, 2019, 12:13 AM IST

ରାଇରଙ୍ଗପୁର: ନିର୍ବାଚନର ମହାପର୍ବ ପୂର୍ବରୁଆରମ୍ଭ ହୋଇଯାଇଛି ଦଳ ଅଦଳବଦଳ ପର୍ବ। ଯେଉଁ ରାଜନୈତିକ ଦଳ ଭଲ ପଦବୀ ଯାଚୁଛି କିମ୍ବା ନେତାଙ୍କ ଟିକେଟ୍‌ କାଟୁଛି ଅନ୍ୟ ଦଳକୁ ଡିଆଁ ମାରୁଛନ୍ତି ଅସନ୍ତୁଷ୍ଟନେତା । ଏହି କ୍ରମରେ ସୋମବାର ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀର ୩୪ ଜଣ ବିଜୁ ଯୁବ ବାହିନୀ ସଦସ୍ୟ ଓ ୨୧ ଜଣ ବିଜେଡ଼ି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପଦ୍ମ ଚରଣ ହାଇବୁରୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବକୁ ଭରସା କରିଛନ୍ତି ଏହି କର୍ମୀ । କରଞ୍ଜିଆ ବ୍ଲକ ଘୋସଦା ପଞ୍ଚାୟତର ସମିତି ସଭ୍ୟାଙ୍କ ସ୍ବାମୀ ନିଜର ୨୧ ଜଣ ସମର୍ଥକଙ୍କ ସହିତ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଶୋଷଣ ଯୁକ୍ତ ଶାସନ ବ୍ୟବସ୍ଥାରେ ଅତିଷ୍ଠ ହୋଇ ଦଳ ତ୍ୟାଗ କରିଥିବା କହିଛନ୍ତି ସୋମାନେ ।

କରଞ୍ଜିଆ ବ୍ଲକର ଚଢେଇଭୋଳ ହାଇସ୍କୁଲ ପଛପଟ ପଡ଼ିଆରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ତେବେ ଦଳରେ ଯୋଗ ଦେଇଥିବା ସମସ୍ତ କର୍ମୀଙ୍କୁ ସ୍ବାଗତ କରିଛନ୍ତି କରଞ୍ଜିଆ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ପଦ୍ମ ଚରଣ ହାଇବୁରୁ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:Body:

ହାଇଦ୍ରାବାଦ: ମଡେଲ ତଥା ଅଭିନେତ୍ରୀ ଆମୀ ଜ୍ୟାକ୍ସନ, ଯିଏକି ଶେଷଥର ପାଇଁ ରଜନୀକାନ୍ତଙ୍କ ପ୍ରେମିକା ଭାବରେ ଫିଲ୍ମ '2.0'ରେ ନଜର ଆସିଥିଲେ। କିଛିଦିନ ପୂର୍ବରୁ ଆମୀ ପ୍ରେମିକଙ୍କ ସହ ଏନଗେଜମେଣ୍ଟର ଖୁଲାସା କରିଥିବାବେଳେ ଏବେ ସେ ଗର୍ଭବତୀ।

ଆମୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଗୁଡ ନ୍ୟୁଜଟି ପ୍ରଶଂସକମାନଙ୍କ ସହ ସେୟାର କରିବା ସହ ନିଜ ଖୁସି ବିଷୟରେ ଜଣାଇଛନ୍ତି। ପ୍ରେମିକ ଜର୍ଜ ପାନାୟିତୋୟୁଙ୍କ ସହ ସୁନ୍ଦର ଫଟୋଟିଏ ପୋଷ୍ଟ କରି ଶୀର୍ଷକରେ ଲେଖିଛନ୍ତି, 'ମୁଁ ଉପରକୁ ଯାଇ ଚିଲ୍ଲାଇବାକୁ  ଅପେକ୍ଷା କରିଥିଲି ଏବଂ ଆଜି ମାତୃ ଦିବସ ଅବସରରେ ଏହାଠାରୁ ଭଲ ସମୟ ଆଉ ଆସିବନାହିଁ। ମୁଁ  ବିଶ୍ବରେ ସବୁଠାରୁ ଅଧିକ ତୁମକୁ ଭଲ ପାଏ। ଆମେ ଛୋଟ ଲିବ୍ରାଙ୍କ ଭେଟିବାକୁ ଆଉ ଅପେକ୍ଷା କରିପାରୁନାହୁଁ।'

ତେବେ ଆମୀ ସେପ୍ଟେମ୍ବର-ଅକ୍ଟୋବର ସମୟରେ ମାଆ ହେବାକୁ ଯାଉଛନ୍ତି। ଆମୀଙ୍କ ଏହି ପୋଷ୍ଟରେ ଅଭିନେତ୍ରୀ ତଥା ଗାୟିକା ସୋଫି ଚୌଧୁରୀ ପ୍ରଥମେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, 'ଏହା ବହୁତ ସୁନ୍ଦର। ମୁଁ ତୁମ ପାଇଁ ବହୁତ ଖୁସି। ବହୁତ ସାରା ଭଲପାଇବା।' ତାଙ୍କ ପରେ ଅଭିନେତ୍ରୀ କୀର୍ତ୍ତୀ ସାନନ ମଧ୍ୟ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, 'ଉଭୟଙ୍କୁ ଖୁବ ଶୁଭେଚ୍ଛା। ଆମୀ ତୁମ ପାଇଁ ମୁଁ ବହୁତ ଖୁସି।'

ପ୍ରକାଶ ଥାଉକି, ଆମୀ ଜ୍ୟାକ୍ସନ 2010ରେ ତାମିଲ ଫିଲ୍ମ 'ମଦ୍ରାସପଟିନମ'ରୁ ଡେବ୍ୟୁ କରି ପରେ ତେଲୁଗୁ ଓ କନ୍ନଡ ଆଦି ଫିଲ୍ମରେ ନଜର ଆସିଥିଲେ। ପରେ ସେ ବଲିଉଡରେ ଏକ ଦିୱାନା ଥା, ସିଙ୍ଗ ଇଜ ବ୍ଲିଙ୍ଗ, ଫ୍ରିକୀ ଅଲୀ, 2.0 ଆଦି ଫିଲ୍ମରେ ନଜର ଆସି ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ତେବେ ଆମୀ ତାଙ୍କ ପ୍ରେମିକଙ୍କୁ 2020ରେ ଗ୍ରୀସରେ ବିବାହ କରିପାରନ୍ତି ବୋଲି ସୁତ୍ରରୁ ପ୍ରକାଶ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.