ETV Bharat / state

ପ୍ରେମୀଯୁଗଳଙ୍କୁ ଲଣ୍ଡା ଘଟଣାରେ 3 ଗିରଫ - arrest

ପ୍ରେମୀଯୁଗଳଙ୍କୁ ଲଣ୍ଡା କରି ନିସ୍ତୁକ ମାଡ଼ ମାରିବା ଘଟଣାରେ ଗିରଫ ହେଲେ 3 ଯୁବକ । ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Jun 24, 2019, 9:31 PM IST

Updated : Jun 24, 2019, 9:44 PM IST

ବାରିପଦା: ପ୍ରେମୀଯୁଗଳଙ୍କୁ ଲଣ୍ଡା କରି ନିସ୍ତୁକ ମାଡ଼ ମାରିବା ଘଟଣା । ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ଏହି ଅମାନବୀୟ ଘଟଣାରେ 3 ଯୁବକଙ୍କୁ ଗିରଫ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ମୟୂରଭଞ୍ଜ କରଞ୍ଜିଆ ଥାନା ଅନ୍ତର୍ଗତ ମଣ୍ଡୁଆ ଗ୍ରାମରେ ଦେଖିବାକୁ ମିଳିଥିଲା ଏଭଳି ଘଟଣା । ପ୍ରେମୀ ଯୁଗଳଙ୍କୁ ଲଣ୍ଡା କରି ନିସ୍ତୁକ ମାଡ଼ମରା ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିଥିଲା । ଉକ୍ତ ଗ୍ରାମରେ ରହୁଥିବା ଜନୈକ ମହିଳାଙ୍କୁ କରଞ୍ଜିଆ ଗୋଡ଼ସାହି ଅଞ୍ଚଳର ଜଣେ ଯୁବକ ଦୀର୍ଘ ଦିନ ଧରି ପ୍ରେମ କରିଆସୁଥିଲେ। ତେବେ ପ୍ରେମିକାର ଦେହ ଅସୁସ୍ଥ ଥିବାରୁ ସେ ଦେଖା କରିବା ପାଇଁ ମଣ୍ଡୁଆ ଗ୍ରାମକୁ ଯାଇଥିଲେ। ତେବେ ପ୍ରେମିକ ଆସିଥିବାର ଜାଣିପାରି ଗ୍ରାମର କିଛି ଯୁବକ ଉକ୍ତ ମହିଳାଙ୍କ ଘରେ ଅତର୍କିତ ଆକ୍ରମଣ କରିଥିଲେ ।

ଉଭୟ ପ୍ରେମିକ-ପ୍ରେମିକାଙ୍କୁ ନିସ୍ତୁକ ପିଟିବା ସହିତ ଲଣ୍ଡାକରି ଗ୍ରାମ ରାସ୍ତାରେ ବୁଲାଇବା ଦେଖିବାକୁ ମିଳିଥିଲା । ଏହି ଘଟଣା ସମସ୍ତଙ୍କ ସାମ୍ନା ଆସିବା ପରେ କରଞ୍ଜିଆ ପୋଲିସ ତତ୍ପରତା ଦେଖାଇଛି । ମଣ୍ଡୁଆ ଗ୍ରାମରୁ ତିନି ଜଣ ଯୁବକଙ୍କୁ ଚିହ୍ନଟ କରି ଗିରଫ କରିଛି। ଘଟଣାରେ ଆଉ କେଉଁମାନଙ୍କ ହାତ ରହିଛି, ତାର ତଦନ୍ତ ଚାଲିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

sample description
Last Updated : Jun 24, 2019, 9:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.