ETV Bharat / state

ନକଲି ପଲ୍ୟୁସନ ସାର୍ଟିଫିକେଟ ଦେଇ ତିନି ଗିରଫ

ଜାଲିଆତି କରି ପଲ୍ୟୁସନ ସାର୍ଟିଫିକେଟ ପ୍ରଦାନ କରିବା ଅଭିଯୋଗରେ ରାଇରଙ୍ଗପୁରରୁ ତିନି ଯୁବକ ଗିରଫ ।

ନକଲି ପଲ୍ୟୁସନ ସାର୍ଟିଫିକେଟ ଦେଇ ତିନି ଗିରଫ
author img

By

Published : Sep 8, 2019, 3:45 AM IST

ରାଇରଙ୍ଗପୁର : ଜାଲିଆତି କରି ପଲ୍ୟୁସନ ସାର୍ଟିଫିକେଟ ପ୍ରଦାନ କରିବା ଅଭିଯୋଗରେ ରାଇରଙ୍ଗପୁରରୁ ତିନି ଯୁବକ ଗିରଫ । ଗିରଫ ହୋଇଥିବା ତିନି ଜଣ ଯୁବକ ହେଲେ ରାଇରଙ୍ଗପୁର ଟାଉନ ଥାନା ଅଧୀନ ବାଇଦାପୋଷିର ସିପୁନ ମହାନ୍ତ, ରୁପକ ମହାନ୍ତ ଓ ଦୁର୍ଗା ଚରଣ ପାତ୍ର ।

ନକଲି ପଲ୍ୟୁସନ ସାର୍ଟିଫିକେଟ ଦେଇ ତିନି ଗିରଫ

ସୂଚନା ଅନୁଯାୟୀ, ରାଇରଙ୍ଗପୁର ଟାଉନ ଥାନା ଅଧୀନ ମହୁଲଡିହାରେ ଥିବା ଆଦିତି ପଲ୍ୟୁସନ ଟେଷ୍ଟିଂ ସେଣ୍ଟରରେ ଉକ୍ତ ତିନିଜଣ ଯୁବକ ଯାନବାହାନ ଯାଞ୍ଚ କରି ଲୋକଙ୍କୁ ପଲ୍ୟୁସନ ସାର୍ଟିଫିକେଟ ପ୍ରଦାନ କରୁଥିଲେ । ତେବେ ଆଞ୍ଚଳିକ ପରିବହନ ଅଧିକାରୀଙ୍କଠାରୁ କୌଣସି ସ୍ବୀକୃତି ନପାଇ ବେଆଇନ ଭାବେ ସେମାନେ ଟେଷ୍ଟିଂ ସେଣ୍ଟର ଚଳାଉଥିଲେ । ରାଇରଙ୍ଗପୁର ଟାଉନ ପୋଲିସ ଏ ବିଷୟରେ ଖବର ପାଇ ସେଠାରେ ଚଢ଼ାଉ କରି କୌଣସି ସ୍ବୀକୃତି ନ ଥାଇ ଜାଲିଆତି ଭାବେ ପଲ୍ୟୁସନ ସାର୍ଟିଫିକେଟ ପ୍ରଦାନ କରୁଥିବା ଦେଖିବାକୁ ପାଇଥିଲେ ।

ଏହି ଅଭିଯୋଗ ରେ ରାଇରଙ୍ଗପୁର ଟାଉନ ପୋଲିସ ସେ ସଂସ୍ଥା ଚଲାଉଥିବା ତିନି ଜଣ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଥିଲେ ।

ରାଇରଙ୍ଗପୁରରୁ ସଞ୍ଚୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : କୌଣସି ସ୍ବୀକୃତି ନ ଥାଇ ଜାଲିଆତି କରି ପଲ୍ୟୁସନ ସାର୍ଟିଫିକେଟ ପ୍ରଦାନ କରିବା ଅଭିଯୋଗରେ ରାଇରଙ୍ଗପୁର ରୁ ତିନି ଜଣ ଯୁବକ ଗିରଫ। ଗିରଫ ହୋଇଥିବା ତିନି ଜଣ ଯୁବକ ହେଲେ ରାଇରଙ୍ଗପୁର ଟାଉନ ଥାନା ଅଧୀନ ବାଇଦାପୋଷି ର ସିପୁନ ମହାନ୍ତ, ରୁପକ ମହାନ୍ତ ଓ ଦୁର୍ଗା ଚରଣ ପାତ୍ର। ସୂଚନା ଅନୁଯାୟୀ ରାଇରଙ୍ଗପୁର ଟାଉନ ଥାନା ଅଧୀନ ମହୁଲଡିହା ଠାରେ ଥିବା ଆଦିତି ପଲ୍ୟୁସନ ଟେଷ୍ଟିଂ ସେଣ୍ଟର ରେ ଉକ୍ତ ତିନିଜଣ ଯୁବକ ଯାନବାହାନ ଯାଞ୍ଚ କରି ଲୋକଙ୍କୁ ପଲ୍ୟୁସନ ସାର୍ଟିଫିକେଟ ପ୍ରଦାନ କରୁଥିଲେ। ତେବେ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ ଠାରୁ କୌଣସି ସ୍ବୀକୃତି ନ ପାଇ ବେଆଇନ ଭାବେ ସେମାନେ ଟେଷ୍ଟିଂ ସେଣ୍ଟର ଚଳାଉଥିଲେ। ରାଇରଙ୍ଗପୁର ଟାଉନ ପୋଲିସ ଏ ବିଷୟରେ ଖବର ପାଇ ସେଠାରେ ଚଢ଼ାଉ କରି କୌଣସି ସ୍ବୀକୃତି ନ ଥାଇ ଜାଲିଆତି ଭାବେ ପଲ୍ୟୁସନ ସାର୍ଟିଫିକେଟ ପ୍ରଦାନ କରୁଥିବା ଦେଖିବାକୁ ପାଇଥିଲେ। ଏହି ଅଭିଯୋଗ ରେ ରାଇରଙ୍ଗପୁର ଟାଉନ ପୋଲିସ ସେ ସଂସ୍ଥା ଚଲାଉଥିବା ତିନି ଜଣ ଯୁବକ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲେ। ପୋଲିସ କେସ ନଂ ୧୦୦ ଆଇପିସି ଧାରା ୪୨୦/୪୬୮/୪୭୧ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲେ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.