ETV Bharat / state

ଶିମିଳିପାଳ ଅଭୟାରଣ୍ୟରୁ 6 ଗିରଫ - 3 hunter and 3 wooden thieves were arrested

ଶିମିଳିପାଳ ଉତ୍ତର ବନଖଣ୍ଡ ଅଧୀନସ୍ଥ ଅଭୟାରଣ୍ୟ ଉପରେ ପଶୁ ଶିକାରୀ ଓ କାଠ ମାଫିଆଙ୍କ କଳା ନଜର । 3 ଶିକାରୀ ଓ ୩ କାଠ ଚୋରଙ୍କୁ ଗିରଫ କଲା ବନବିଭାଗ । ଅଧିକ ପଢନ୍ତୁ...

ଶିମିଳିପାଳ ଅଭୟାରଣ୍ୟରୁ ୩ ଶିକାରୀ ଓ ୩ କାଠ ଚୋର ଗିରଫ

author img

By

Published : Jul 20, 2021, 12:47 PM IST

ରାଇରଙ୍ଗପୁର: ଶିମିଳିପାଳ ଉତ୍ତର ବନଖଣ୍ଡ ଅଧୀନସ୍ଥ ଅଭୟାରଣ୍ୟ ଉପରେ ପଶୁ ଶିକାରୀ ଓ କାଠ ମାଫିଆଙ୍କ କଳା ନଜର । ୩ ଶିକାରୀ ଓ ୩ କାଠ ଚୋରଙ୍କୁ ଗିରଫ କଲା ବନବିଭାଗ । ମୟୂରଭଞ୍ଜ ଶିମିଳିପାଳ ଗୁରୁଗୁଡ଼ିଆ ରେଞ୍ଜର ଉତ୍ତରାସ ନିକଟରେ ଥିବା ସଂରକ୍ଷିତ ଜଙ୍ଗଲରେ ବନବିଭାଗ କର୍ମଚାରୀ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ୭ କେଜି କୁଟୁରା ମାଂସ ସହିତ ୩ ଜଣ ପଶୁ ଶିକାରୀକୁ ଗିରଫ କରିଛି ବନବିଭାଗ । ଗିରଫ ଶିକାରୀ ମାନେ ଉତ୍ତରାସ ଗାଁର ବାସିନ୍ଦା ହୋଇଥିବା ବେଳେ ଘଟଣାସ୍ଥଳରୁ ୨ଟି ଧନୁ, ୪ ତୀର ଓ କୁରାଢୀ ଜବତ କରାଯାଇଛି।

ଶିମିଳିପାଳ ଅଭୟାରଣ୍ୟରୁ ୩ ଶିକାରୀ ଓ ୩ କାଠ ଚୋର ଗିରଫ

ଏହି ଶିକାରୀଙ୍କୁ ଧରିବା ପାଇଁ ଉତ୍ତର ଶିମିଳିପାଳର ACF ପ୍ରଦୀପ ଦେ ସ୍ୱତନ୍ତ୍ର ଟିମ ଗଠନ କରିବା ସହିତ ନିଜେ ମଧ୍ୟ ଉପସ୍ଥିତ ରହି ଶିକାରୀ ମାନଙ୍କୁ କାବୁ କରିଥିଲେ । ଏଥି ସହିତ ଚହଲା ରେଞ୍ଜ ଅଧିନରେ ପେଟ୍ରୋଲିଂ କରୁଥିବା କୋର ଏରିଆରୁ କାଠ କାଟୁ ଥିବା ସମୟରେ ୩ ଜଣ କାଠ ମାଫିଆକୁ ଧରିବା ରେ ସଫଳ ହେଇଛି ବନବିଭାଗ । ତାଙ୍କ ଠାରୁ ଧନୁ ତୀର, କୁରାଡ଼ି ସହିତ ଚିରା କାଠ ମଧ୍ୟ ଜବତ ହେଇଛି । ଏବେ ଉତ୍ତର ଶିମିଳିପାଳ ଅଭୟାରଣ୍ୟରେ ପାଟ୍ରୋଲିଂ କଡାକଡ଼ି କରାଯାଇଥିବାର ଏସିଏଫ ପ୍ରଦୀପ ଦେ ସୂଚନା ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.