ETV Bharat / state

ବଢୁଛି କୋରୋନା ସଂକ୍ରମଣ, ତିନି ଦିନିଆ ସଟଡ଼ାଉନ ଡାକରା ଦେଲା ବ୍ୟବସାୟୀ ସଂଘ

author img

By

Published : Sep 22, 2020, 10:50 PM IST

ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ରୋକିବାକୁ ଆସନ୍ତା ସେପ୍ଟେମ୍ବର ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ବାରିପଦା ସହରକୁ ସଟଡାଉନ ପାଇଁ ନିଷ୍ପତ୍ତି ନେଇଛି ବ୍ୟବସାୟ ସଂଘ । ଅଧିକ ପଢନ୍ତୁ...

ତିନି ଦିନିଆ ସଟଡ଼ାଉନ ଡାକରା ଦେଲା ବ୍ୟବସାୟୀ ସଂଘ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଶେଷ କରି ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଚଳିତ ସେପ୍ଟେମ୍ବର ମାସରେ ୨୨ ତାରିଖ ସୁଦ୍ଧା ୮୩୪ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବଢ଼ୁଥିବା କୋରୋନାର ପ୍ରଭାବକୁ ଦୃଷ୍ଟିରେ ରଖି ବାରିପଦା ବ୍ୟବସାୟୀ ସଂଘ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୨୭ ତାରିଖ ରୁ ୨୯ ତାରିଖ ପର୍ଯ୍ୟନ୍ତ ବାରିପଦା ସହରକୁ ତିନି ଦିନିଆ ସଟଡାଉନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ତିନି ଦିନ ବାରିପଦା ସହରକୁ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି । ସଟଡାଉନକୁ ସମର୍ଥନ କରିବା ପାଇଁ ବ୍ୟବସାୟୀ ସଂଘ ପକ୍ଷରୁ ସହରବାସୀଙ୍କୁ ନିବେଦନ କରାଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.