ବାରିପଦା: ସାପ କାମୁଡ଼ାରେ ଚାଲିଗଲା ଦୁଇ ସମ୍ପର୍କୀୟ ଭଉଣୀଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଳା କୁଳିଅଣା ବ୍ଲକ ଭଗବାନପୁର ଗ୍ରାମପଞ୍ଚାୟତର ନୂଆ ଗାଁ ଗ୍ରାମରେ । ବାହାଘର ପାଇଁ ମାମୁଁଘରକୁ ଆସିଥିଲେ 2 ସମ୍ପର୍କୀୟ ଭଉଣୀ ।
ଗୁରୁବାର 2ସମ୍ପର୍କୀୟ ଭଉଣୀ ମାମୁଁ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଦୁଇ ଭଉଣୀଙ୍କୁ ବିଷାକ୍ତ ସାପ କାମୁଡ଼ି ଥିଲା ବୋଲି କହିଛନ୍ତି ମୃତ ଶିଶୁ କନ୍ୟାର ପିତା । ମୃତକ ଦୁଇ ସମ୍ପର୍କୀୟ ଭଉଣୀ ହେଲେ ବଡ଼ ନୂଆଁ ଗାଁ ଅଞ୍ଚଳର ନନ୍ଦିତା ନାୟକ (୧୧ବର୍ଷ) ,ରୋଜି ନାୟକ (୧୦ବର୍ଷ) ।
ନନ୍ଦିତା ନାୟକଙ୍କ ମାଉସୀ ଝିଅ ଭଉଣୀ ହେଉଛନ୍ତି ରୋଜି ନାୟକ । 2ଭଉଣୀ ଙ୍କୁ ସାପ କାମୁଡ଼ିଥିବା ଜଣାପଡିବା ପରେ ପରିବାର ଲୋକେ ପ୍ରଥମେ ରଙ୍ଗାମାଟିଆ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ 2 ଭଉଣୀଙ୍କ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣାରେ କୁଳିଅଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଅନ୍ୟପକ୍ଷରେ କୁଳିଅଣା ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ବିଷଧର ସାପ କାମୁଡିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ