ETV Bharat / state

ବାରିପଦାରେ ଦ୍ବିତୀୟ ନୂଆ କୋର୍ଟ ଉଦଘାଟିତ

ବାରିପଦା ସହରରେ ଦ୍ବିତୀୟ ନୂଆ କୋର୍ଟ ଉଦଘାଟିତ । ରାଜ୍ୟ ହାଇକୋର୍ଟର ବିଚାରପତି ବିଶ୍ବନାଥ ରଥ ଏହି କୋର୍ଟ ଉଦଘାଟିତ କରିଛନ୍ତି । ଅଧିକ ପଢନ୍ତୁ...

ବାରିପଦା ଦ୍ବିତୀୟ ନୂଆ କୋର୍ଟ ଉଦଘାଟିତ
ବାରିପଦା ଦ୍ବିତୀୟ ନୂଆ କୋର୍ଟ ଉଦଘାଟିତ
author img

By

Published : Nov 23, 2020, 6:06 PM IST

Updated : Nov 23, 2020, 7:07 PM IST

ବାରିପଦା: ସହରରେ ଦ୍ବିତୀୟ ନୂଆ କୋର୍ଟ ଉଦଘାଟନ କରାଯାଇଛି । ଏହି ଉଦଘାଟନି ଉତ୍ସହରେ ରାଜ୍ୟ ଉଚ୍ଚନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ବିଶ୍ବନାଥ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ କୋର୍ଟକୁ ଉଦଘାଟିତ କରିଛନ୍ତି । ତେବେ ଉଦଘାଟନୀ ଉତ୍ସବରେ ବିଚାରପତିଙ୍କ ସହ ଜିଲ୍ଲାପାଳ ଏସପିଙ୍କ ସହ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ବାରିପଦାରେ ଦ୍ବିତୀୟ ନୂଆ କୋର୍ଟ ଉଦଘାଟିତ

ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସିଭିଲ୍ କୋର୍ଟ ପରିସରରେ ଦ୍ବିତୀୟ ନୂଆ କୋର୍ଟ ଉଦଘାଟିତ । ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିଶ୍ବନାଥ ରଥ ଉଦଘାଟନୀ ଉତ୍ସବରେ ଯୋଗଦେଇ ନୂଆ କୋର୍ଟକୁ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ସହ ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ବାଜ, ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ଯୋଗ ଦେଇଥିଲେ ।

ଜିଲ୍ଲାବାସୀଙ୍କ ଦୀର୍ଘଦିନ ଅପେକ୍ଷାର ଅନ୍ତ ଘଟିଛି, ଏହି କୋର୍ଟ ନ୍ୟାୟିକ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ ଏବଂ ସରଳୀକରଣ କରିବାରେ ସହାୟକ କରିବା ସହ ସହର ନିକଟବର୍ତ୍ତୀ ଅଞ୍ଚଳରେ ଗୋଟିଏ ପରିସର ମଧ୍ୟରେ ସମସ୍ତ ମାମଲାର ବିଚାର ହୋଇପାରିବ ବୋଲି କହିଛନ୍ତି ଆଇନଜୀବୀ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Nov 23, 2020, 7:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.