ETV Bharat / state

ମୟୂରଭଞ୍ଜରେ କୋରୋନା ସଂଖ୍ୟା ଛୁଇଁଲା ୨୨୫, ୫ କୋଭିଡ ଯୋଦ୍ଧା ମଧ୍ୟ ଆକ୍ରାନ୍ତ - mayurbhanja

ମୟୂରଭଞ୍ଜ ଜିଲ୍ଲାରେ ଶୁକ୍ରବାର ପୁଣି ୧୦ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୨୫ ରେ ପହଞ୍ଚିଛି । ସେଥିମଧ୍ୟରୁ ୧୬୦ ଜଣ ସୁସ୍ଥ ହୋଇଥିବା ବେଳେ ୬୫ ଆକ୍ରାନ୍ତ ସକ୍ରିୟ ଅଛନ୍ତି । ଅଧିକ ପଢନ୍ତୁ...

25-corona-positive-in-mayurbhanja
25-corona-positive-in-mayurbhanja
author img

By

Published : Jul 3, 2020, 4:18 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଏ ପର୍ଯ୍ୟନ୍ତ ମୋଟ ପଜିଟିଭ ସଂଖ୍ୟା ୨୨୫ରେ ପହଁଚିଥିବା ବେଳେ ସେଥିମଧ୍ୟରୁ ୧୬୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୫ ଆକ୍ରାନ୍ତ ସକ୍ରିୟ ଅଛନ୍ତି । ଶୁକ୍ରବାର ପୁଣି ୧୦ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ତେବେ ନୂଆ ଭାବେ ଚିହ୍ନଟ ୧୦ ଜଣ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୫ ଜଣ ବଡ଼ସାହି ଡାକ୍ତରଖାନାର କର୍ମଚାରୀ କୋଭିଡ ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ମୟୁରଭଞ୍ଜରେ କୋରୋନା ସଂଖ୍ୟା ଛୁଇଁଲା ୨୨୫, ୫ କୋଭିଡ ଯୋଦ୍ଧା ମଧ୍ୟ ଆକ୍ରାନ୍ତ

ଶୁକ୍ରବାର ଚିହ୍ନଟ ହୋଇଥିବା ୧୦ ଜଣଙ୍କ ମଧ୍ୟରୁ ବିଶୋଇ, ଜିବି ନଗରରୁ ଦୁଇଜଣ ଓ ବାରିପଦା ବ୍ଲକରୁ ଜଣେ ଏବଂ ଅନ୍ୟପାଞ୍ଚ ଜଣ ବଡ଼ସାହି ବ୍ଲକ ଡାକ୍ତରଖାନାର କର୍ମଚାରୀ କୋଭିଡ ଯୋଦ୍ଧା । ବଡ଼ସାହି ଡାକ୍ତରଖାନାରୁ ୫ ଜଣ କୋଭିଡ ଯୋଦ୍ଧା ଚିହ୍ନଟ ପରେ ସମ୍ପୃକ୍ତ ଡାକ୍ତରଖାନାକୁ ୨୪ ଘଣ୍ଟା ପାଇଁ ସଟ ଡାଉନ ଘୋଷଣା କରିଛନ୍ତି ମୟୁରଭଞ୍ଜ ଜିଲ୍ଲାପାଳ । ତେବେ ଚିକିତ୍ସା ନିମନ୍ତେ ସମସ୍ତ ୧୦ ଜଣଙ୍କୁ ବାଙ୍କୀସୋଲ ସ୍ଥିତ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଥିବା ବ୍ୟକ୍ତି ମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛି ଜିଲ୍ଲା ପ୍ରଶାସନ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.