ETV Bharat / state

ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ମାମଲା, 2 ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡ - ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ମାମଲା

ମୟୂରଭଞ୍ଜ ବାଦାମପାହାଡ଼ ଥାନା ଅଞ୍ଚଳରେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା । ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡ ଶୁଣାଇଲେ ରାଇରଙ୍ଗପୁର କୋର୍ଟ । ଅଧିକ ପଢନ୍ତୁ

ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ମାମଲା, 2 ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡ

author img

By

Published : Jan 18, 2022, 7:21 PM IST

ରାଇରଙ୍ଗପୁର: ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ମାମଲା । ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କଲେ ରାଇରଙ୍ଗପୁର କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଦୀପକ କୁମାର ରାୟ । ଏହି ଗଣଦୁଷ୍କର୍ମ ଘଟଣାରେ ସମସ୍ତ ତଥ୍ୟ ଓ ୧୫ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଏହି ରାୟ ଶୁଣାଇଛନ୍ତି କୋର୍ଟ ।

ଦୁଇ ଜଣ ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଲେଖାଏଁ ଜୋରିମାନାରେ ଦଣ୍ଡିତ କରିଛନ୍ତି । ରାୟ ପ୍ରକାଶ ପାଇବା ପରେ ଉଭୟ ଅପରାଧୀ ଲଙ୍ଗଳଶିଳା ଗ୍ରାମର ଅଜିତ ଗିରି(୩୫) ଓ ବଳରାମ ନାଏକ(୨୫) ଙ୍କୁ ରାଇରଙ୍ଗପୁର ଉପକାରାଗାର ପଠାଇ ଦିଆଯାଇଛି । ତେବେ ଏହି ଗଣଦୁଷ୍କର୍ମ ଘଟଣାଟି ଘଟିଥିଲା ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ ଲଙ୍ଗଳଶିଳା ଗ୍ରାମରେ।

ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ମାମଲା, 2 ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡ

ଗତ ୨୦୧୭ ଡିସେମ୍ବର ୧୩ ତାରିଖରେ ଲଙ୍ଗଳଶିଳା ଗ୍ରାମର ଜନୈକ ବିବାହିତା ମହିଳାଙ୍କୁ ଘରୁ ଡାକି ନେଇ ସେହି ଗ୍ରାମର ଅଜିତ ଓ ବଳରାମ ଗଣଦୁଷ୍କର୍ମ କରିଥିଲେ । ଏ ନେଇ ବାଦାମପାହାଡ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ସମୟରେ ବାଦାମପାହାଡ ଥାନା ପୋଲିସ ଘଟଣାର ତଦନ୍ତ କରି ୨ ଅଭିଯୁକ୍ତଙ୍କୁ ଗିରଫ କରି ରାଇରଙ୍ଗପୁର କୋର୍ଟ ଚାଲାଣ କରିଥିଲେ । ସେପଟେ ସରକାରଙ୍କ ପକ୍ଷରୁ ଉକ୍ତ ମକଦ୍ଦମାକୁ ଅତିରିକ୍ତ ପିପି ପଙ୍କଜ ଦାସ ପରିଚାଳନା କରିଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.