ରାଇରଙ୍ଗପୁର: ଜଙ୍ଗଲ ନିଆଁରେ ପୋଡିହୋଇ ଜଗୁଆଳିଙ୍କ ମୃତ୍ୟୁ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଟାଇଗର ଫାଉଣ୍ଡେସନ ପକ୍ଷରୁ ମୃତକଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ।
ସୂଚନା ଅନୁଯାୟୀ ଠାକୁରମୁଣ୍ଡା ରେଞ୍ଜ ଅଧିନରେ ଥିବା କେନ୍ଦୁଜିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଡିବିଲ ସଂରକ୍ଷଣ ଜଙ୍ଗଲକୁ ଲାଗି ଟିକଟଭୁକ୍ତ ଜାଗାରେ ଥିବା ମହୁଲ ଗଛମୂଳରେ ନିଆଁ ଲଗାଯାଇଥିଲା । ଏଠାରୁ ନିଆଁ ପବନରେ ଉଡ଼ି ସଂରକ୍ଷିତ ଜଙ୍ଗଲରେ ବ୍ୟାପିଥିବା ନେଇ ଅଭିଯୋଗ ହୋଇଥିଲା । ନିଆଁକୁ ଲିଭେଇବାକୁ ଯାଇ ପ୍ଲାଣ୍ଟେସନ ଜଗୁଆଳି ଯଦୁମଣି ମହାନ୍ତ(୬୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ତେବେ ଠାକୁରମୁଣ୍ଡା ଥାନା ପୋଲିସ ମହୁଲ ଗଛମୂଳରେ ନିଆଁ ଲଗାଇଥିବା ବିମଳା ମହାନ୍ତ(60) ଓ ରାଜୁ ହୋ(65)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ