ETV Bharat / state

ଅବକାରୀ ବିଭାଗର ଚଢାଉ, 170 ଲିଟର ଦେଶୀ ମଦ ଜବତ - 170-liters-of-cooked-native-wine

ମୟୂରଭଞ୍ଜର ଗୋରୁମହିଷାଣୀ ଓ ବାଦାମପାହାଡ ଅଞ୍ଚଳରେ ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବ୍ୟାପକ ପରିମାଣର ମଦରନ୍ଧା ସରଞ୍ଜାମ ଜବତ କରିବା ସହ 170 ଲିଟର ଦେଶୀ ମଦ ଜବତ କରାଯାଇଛି । ଅଧିକ ପଢନ୍ତୁ...

ଅବକାରୀ ବିଭାଗର ଚଢାଉ, 170 ଲିଟର ଦେଶୀ ମଦ ଜବତ

author img

By

Published : Jun 5, 2020, 4:43 PM IST

ରାଇରଙ୍ଗପୁର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲାଗୁ ହୋଇଥିବା ଲକଡାଉନର ଫାଇଦା ଉଠାଉଛନ୍ତି କିଛି ଚୋରା ମଦ ବେପାରୀ। ଏନେଇ ଆକ୍ସନ ମୋଡରେ ରାଇରଙ୍ଗପୁର ଅବକାରୀ ବିଭାଗ।

ଅବକାରୀ ବିଭାଗର ଚଢାଉ, 170 ଲିଟର ଦେଶୀ ମଦ ଜବତ

ମୟୂରଭଞ୍ଜର ଗୋରୁମହିଷାଣୀ ଓ ବାଦାମପାହାଡ ଅଞ୍ଚଳରେ ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଗୋରୁମହିଷାଣି ଥାନା ଅଧୀନ କୁକୁରଝରଣ ଗ୍ରାମ ନିକଟସ୍ଥ ଦୁର୍ଗମ ସଂରକ୍ଷିତ ଜଙ୍ଗଲ ଓ କୁସୁମୀ ବ୍ଲକ ଅଧୀନ ସାତପଉଟିଆ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବ୍ୟାପକ ପରିମାଣର ମଦରନ୍ଧା ସରଞ୍ଜାମ ଜବତ କରିବା ସହ 170 ଲିଟର ଦେଶୀ ମଦ ଜବତ କରାଯାଇଛି ।

ଏହା ସହିତ ଦୁଇଟି ସ୍ଥାନରେ ମୋଟ୍ 4000 କିଲୋଗ୍ରାମ ମୋହୁଲ ପଚ ମଧ୍ୟ ନଷ୍ଟ କରାଯାଇଛି। ବିଶେଷ ସୁତ୍ରରୁ ଖବର ପାଇ ରାଇରଙ୍ଗପୁର ଅବକାରୀ ବିଭାଗର ଭାରାପ୍ରାପ୍ତ ଅଧିକାରୀ ହରିହର ସିଂ ସଦଳବଳେ ଚଢ଼ାଉ କରିଥିବା ଜଣାପଡିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.