ETV Bharat / state

ରେଳ ସଂଯୋଗ ଦାବି: ୧୨ଘଣ୍ଟିଆ କରଞ୍ଜିଆ ବନ୍ଦ ଡାକରା

ମୟୂରଭଞ୍ଜ ଜିଲ୍ଲାକୁ ରେଳ ସଂଯୋଗ କରିବା ଦାବିରେ ଆଜି ସକାଳ ୬ ଘଟିକାରୁ କରଞ୍ଜିଆ ସହରରେ ବନ୍ଦ ଡାକରା ଦେଇଛି କରଞ୍ଜିଆ କ୍ରିୟାନୁଷ୍ଠାନ କମିଟି ।

ଫଟୋ ସୌଜନ୍ୟ:ପ୍ରତିନିଧି, ରାଇରଙ୍ଗପୁର
author img

By

Published : Jul 16, 2019, 1:51 PM IST

ରାଇରଙ୍ଗପୁର: ରେଳ ସଂଯୋଗ ଦାବିରେ ୧୨ଘଣ୍ଟିଆ କରଞ୍ଜିଆ ବନ୍ଦ ଡାକରା । ମୟୂରଭଞ୍ଜ ଜିଲ୍ଲାକୁ ରେଳ ସଂଯୋଗ କରିବା ଦାବିରେ ଆଜି ସକାଳ ୬ ଘଟିକାରୁ କରଞ୍ଜିଆ ସହରରେ ବନ୍ଦ ଡାକରା ଦେଇଛି କରଞ୍ଜିଆ କ୍ରିୟାନୁଷ୍ଠାନ କମିଟି ।

ଯେଉଁଥିରେ ମୟୂରଭଞ୍ଜ ଜିଲ୍ଲା ପାଞ୍ଚପିଢ ଉପଖଣ୍ଡ କରଞ୍ଜିଆର ସମସ୍ତ ଛୋଟବଡ଼ ବ୍ୟବସାୟୀ ସଂଘ ନିଜ ଇଚ୍ଛାରେ କରଞ୍ଜିଆ କ୍ରିୟାନୁଷ୍ଠାନ କମିଟିର ବନ୍ଦ ଡାକରାରେ ସାମିଲ ହୋଇଛନ୍ତି ।
ଚଳିତବର୍ଷ ମୟୂରଭଞ୍ଜ ଜିଲ୍ଲାକୁ ରେଳ ବଜେଟରେ ଅଣଦେଖା କରାଯାଇଛି । ନିର୍ବାଚନ ପୂର୍ବରୁ କରଞ୍ଜିଆରେ ରେଳ ସଂଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ କହିଥିବାବେଳେ ଏବେ ଏହାକୁ ଅଣଦେଖା କରାଯାଇଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ରାଇରଙ୍ଗପୁର

ତେବେ ସରକାର ଯଦି ଆଗାମୀ ଦିନରେ କରଞ୍ଜିଆକୁ ରେଳ ସଂଯୋଗ କରିବା ପାଇଁ କୌଣସି ବିକଳ୍ପ ପନ୍ଥା ଅବଲମ୍ବନ ନକରନ୍ତି, ତେବେ ସରକାରଙ୍କୁ ସବୁ ଦିଗରୁ ବିରୋଧ କରିବା ସହ ଆଗାମୀ ଦିନରେ ଅର୍ଥନୈତିକ ଅବରୋଧ କରାଯିବ ବୋଲି ସୂଚନା ଦେଇଛନ୍ତି କରଞ୍ଜିଆ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ।

ତେବେ ଏହି ବନ୍ଦ ଡାକରା ଯୋଗୁଁ ସମସ୍ତ ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ଓ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି । ଯାହାର ପ୍ରଭାବରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:Sulg-କରଞ୍ଜିଆ କୁ ରେଳ ସଂଯୋଗ ଦାବିରେ କରଞ୍ଜିଆ କ୍ରିୟାନୁଷ୍ଠାନ କମିଟିର ୧୨ଘଣ୍ଟିଆ କରଞ୍ଜିଆ ବନ୍ଦ ଡାକରା ।
Format- Avo
Reporter - Sanjay Kumar Parida, Rairangpur.
Date-୧୬/୦୭/୨୦୧୯.
Anchor - ମୟୁରଭଞ୍ଜ ଜିଲ୍ଲା ପାଞ୍ଚପିଢ଼ ଉପଖଣ୍ଡ କରଞ୍ଜିଆର ବ୍ୟବସାୟୀ ସଂଘ ଆଜି କରଞ୍ଜିଆକୁ ରେଳ ସଂଯୋଗ ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିଛି ।ଆଜି ସକାଳ ୬ ଘଟିକାରୁ କରଞ୍ଜିଆ ସହରରେ ଥିବା ସମସ୍ତ ଛୋଟ ବଡ଼ ବ୍ୟବସାୟୀ ସ୍ୱ ଇଛାରେ କରଞ୍ଜିଆ କ୍ରିୟାନୁଷ୍ଠାନ କମିଟିର ବନ୍ଦ ଡାକରାରେ ସାମିଲ ହୋଇଛନ୍ତି ।ଚଳିତ ବର୍ଷ ମୟୁରଭଞ୍ଜ ଜିଲ୍ଲାକୁ ରେଳ ବଜେଟରେ ଅଣ ଦେଖା କରିବା ସହିତ ନିର୍ବାଚନ ପୂର୍ବରୁ କରଞ୍ଜିଆ ସହରକୁ ରେଳ ସଂଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ତାଙ୍କର ଇସ୍ତାହାରରେ କହିଥିବା ବେଳେ ଚଳିତ ବଜେଟରେ ଅଣ ଦେଖା କରିଥିବାରୁ କରଞ୍ଜିଆ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଛି । ତେବେ ଆଗାମୀ ଦିନରେ ସରକାର ଯଦି କରଞ୍ଜିଆକୁ ରେଳ ସଂଯୋଗ କରିବା ପାଇଁ କୌଣସି ବିକଳ୍ପ ପନ୍ଥା ଅବଲମ୍ବନ ନ କରନ୍ତି ତେବେ ସରକାରଙ୍କୁ ସବୁ ଦିଗରେ ବିରୋଧ କରିବା ସହିତ ଆଗାମୀ ଦିନରେ ଅର୍ଥନୈତିକ ଅବରୋଧ କରାଯିବ ବୋଲି ସୂଚନା ଦେଇଛନ୍ତି କରଞ୍ଜିଆ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ। ତେବେ ଏହି ବନ୍ଦ ଡାକରା ଯୋଗୁଁ ସମସ୍ତ ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ଓ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି। ଏ ନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.