ETV Bharat / state

ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ, ବୁଡିଗଲେ ନାବାଳକ - ଠାକୁରମୁଣ୍ଡାରେ 11 ବର୍ଷୀୟ ବାଳକ ମୃତ

ଗୋଧାଇବା ସମୟରେ ଅସାବଧାନତାବଶତଃ ପୋଖରୀରେ ବୁଡି ଯିବାରୁ 11 ବର୍ଷୀୟ ବାଳକର ମୃତ୍ୟୁ ହୋଇଛି। ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ନିହାଣଗଣ୍ଡି ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ

ପୋଖରୀରେ ବୁଡି 11ବର୍ଷୀୟ ବାଳକ ମୃତ
ପୋଖରୀରେ ବୁଡି 11ବର୍ଷୀୟ ବାଳକ ମୃତ
author img

By

Published : May 29, 2023, 10:44 PM IST

ରାଇରଙ୍ଗପୁର : ପୋଖରୀରେ ବୁଡିଯିବାରୁ 11ବର୍ଷୀୟ ନାବାଳକର ମୃତ୍ୟୁ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ନିହାଣଗଣ୍ଡି ଗ୍ରାମରେ। ମୃତ ବାଳକ ଜଣକ ହେଉଛି ନିହାଣଗଣ୍ଡି ଗ୍ରାମର ରବୀନ୍ଦ୍ର ଜେନାଙ୍କ ଏଗାର ବର୍ଷର ପୁଅ ଗିରିଧାରୀ ଜେନା । ଗିରିଧାରୀ ପୋଖରୀରେ ଗାଧୋଇବାକୁ ଯାଇଥିବାବେଳେ ଅସାବଧାନତାବଶତଃ ପାଣିରେ ବୁଡିଯିବାରୁ ତାର ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଗିରିଧାରୀ ସାଙ୍ଗମାନଙ୍କ ସହିତ ଗ୍ରାମ ନିକଟରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲା। ହେଲେ ଏ ବିଷୟରେ ପରିବାରଲୋକଙ୍କୁ ଜଣାଇ ନଥିଲା ଗିରିଧାରୀ । ଘରେ କାହାକୁ ନ ଜଣାଇ ଦୁଇ ଜଣ ସାଙ୍ଗଙ୍କ ସହିତ ମହାଦେବ ମନ୍ଦିର ନିକଟରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିବାବେଳେ ଏଭଳି ଅଘଟଣ ଘଟିଛି । ଗିରିଧାରୀ ସହିତ ଅନ୍ୟ ଦୁଇ ଜମ ସାଙ୍ଗମାନେ ମଧ୍ୟ ଏକାଠି ପୋଖରୀରେ ଗାଧୋଉଥିଲେ । ତେବେ ସେଠାରେ ଗାଧୋଉଥିବା ସମୟରେ ଗଭୀର ପାଣି ମଧ୍ୟକୁ ଚାଲି ଯାଇଥିବାରୁ ଅସାବଧାନତାବଶତଃ ସେଠାରେ ସେ ବୁଡ଼ି ଯାଇଥିବା ଜଣାପଡିଛି। ବୁଡିଯିବା ସମୟରେ ଗିରିଧାରୀର ସାଙ୍ଗମାନେ ତାକୁ ଉଦ୍ଧାର କରିବା ପାଇଁ ବହୁତ ଚେଷ୍ଟା କରିଥିଲେ । ହେଲେ ପୋଖରୀ ଗଭୀର ଥିବାରୁ ପୋଖରୀ ଭିତରକୁ ଯାଇ ଗିରିଧାରୀକୁ ଉଦ୍ଧାର କରିବା ଦୁଇ ସାଙ୍ଗଙ୍କ ପକ୍ଷରେ ସମ୍ଭବ ହୋଇନଥିଲା ।

ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ନିକଟରେ ଛେଳି ଚରାଉ ଥିବା ଜଣେ ବୃଦ୍ଧ ବ୍ୟକ୍ତି ସେଠାରେ ପହଞ୍ଚିଥିଲେ। ଏବଂ ପୋଖରୀରେ ପିଲାଟି ବୁଡି ଯାଉଥିବା ଦେଖି ତାକୁ ଉଦ୍ଧାର କରିବାକୁ ବହୁତ ଚେଷ୍ଟା କରିଥିଲେ। ହେଲେ ବୃଦ୍ଧଙ୍କର ସବୁ ଉଦ୍ୟମ ଫେଲ୍ ମାରିଥିଲା। ସେ ମଧ୍ୟ ଗିରିଧାରୀକୁ ଉଦ୍ଧାର କରି ପାରିନଥିଲେ। ଶେଷରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଠାକୁରମୁଣ୍ଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗିରିଧାରୀକୁ ପାଣି ଭିତରୁ ଉଦ୍ଧାର କରିଥିଲେ।

ଏହାପରେ ଗିରିଧାରୀକୁ ତୁରନ୍ତ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ଠାକୁରମୁଣ୍ଡା ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ ନିମନ୍ତେ କରଞ୍ଜିଆ ମେଡିକାଲକୁ ପଠାଇଥିଲେ। ମାତ୍ର 11 ବର୍ଷର ଛୋଟ ପିଲାଟିର ଏଭଳି ଅକାଳ ବିୟୋଗକୁ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ। ବାହୁନି ବାହୁନି କାନ୍ଦୁଛନ୍ତି ଗିରିଧାରୀର ମାଆ। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.