ETV Bharat / state

ପୁଣି ମୟୂରଭଞ୍ଜରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଧରାପଡି ଛେଚା ଖାଇଲା ଯୁବକ

ପୁଣି ମୟୂରଭଞ୍ଜରେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ଧରାପଡି ଗ୍ରାମବାସୀଙ୍କ ଠାରୁ ନିସ୍ତୁକ ଛେଚା ଖାଇଛନ୍ତି ଯୁବକ ।

author img

By

Published : Nov 24, 2019, 9:59 PM IST

ଫଟୋ ସୌଜନ୍ୟ : ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାରେ ପୁଣି ଦୁଷ୍କର୍ମ ଅଭିଯୋଗ । ଆଦିବାସୀ ନାବାଳିକାକୁ ଯୁବକ ଦୁଷ୍କର୍ମ ଉଦ୍ୟମ କରି ଧରାପଡି ଗ୍ରାମବାସୀଙ୍କ ଠାରୁ ନିସ୍ତୁକ ଛେଚା ଖାଇଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁଯାୟୀ କରଞ୍ଜିଆ ଥାନା ଅନ୍ତର୍ଗତ କରଞ୍ଜିଆ ଅଞ୍ଚଳରେ ପୀଡିତା ପରିବାର ଦିନ ମଜୁରିଆ ଭାବେ କାମ କରନ୍ତି । ନାବାଳିକା ଘରେ କେହି ନଥିବାର ସୁଯୋଗ ନେଇ ପଡ଼ୋଶୀ ଯୁବକ ଝିଅକୁ ଚକୋଲେଟ ଏବଂ ୨୦ ଟଙ୍କା ଦେଇ ପାଖ ଜଙ୍ଗଲକୁ ଟେକିନେଇ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ପାଟିଶୁଣି ଗ୍ରାମର କିଛି ଯୁବକ ଝିଅକୁ ଉଦ୍ଧାର କରିଥିଲେ । ଉକ୍ତ ଯୁବକକୁ ଗ୍ରାମକୁ ଆଣି ଉତ୍ତମ ମଧ୍ୟମ ଦେଇ କରଞ୍ଜିଆ ପୋଲିସକୁ ଖବର ଦେଇଥିଲେ।

ଖବର ପାଇ କରଞ୍ଜିଆ ପୋଲିସ ଘଟଣାସ୍ଥଳରୁ ଅଭିଯୁକ୍ତ ଏବଂ ପିଡିତାଙ୍କୁ ଆଣି ଡାକ୍ତରୀ ମଇନା କରିବା ସହିତ ଏକ ମାମଲା ରୁଜୁ କରିଛି । ପିଡିତା ପରିବାରର ବୟାନ ରେକର୍ଡ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି । ସେପଟେ ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲାରେ ପୁଣି ଲଜ୍ଜା ।
ଦିନକୁ ଦିନ ହଜି ଯାଉଛି ମାନବିକତା, ନିଜର ହିତାହିତ ଜ୍ଞାନ ଭୁଲି ପଶୁଠୁ ବି ତଳକୁ ଖସି ଯାଉଛି ମଣିଷ, ସାମାନ୍ୟ ସୁଖ ପାଇଁ ପଶୁ ପାଲଟି ଯାଉଛି ମଣିଷ ଟିଏ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କରଞ୍ଜିଆ ଥାନା ଅନ୍ତର୍ଗତ କରଞ୍ଜିଆ ଅଞ୍ଚଳରେ। ଏକ ଆଦିବାସୀ ସମ୍ପ୍ରଦାୟର ଦଶବର୍ଷର ନାବାଳିକା କୁ ସଂଖ୍ୟାଲଘୁ ସମ୍ପ୍ରଦାୟ ର ଜନୈକ ଯୁବକ ଦୁଷ୍କର୍ମ ଉଦ୍ୟମ କରି ଗ୍ରାମବାସୀ ଙ୍କ ଠାରେ ଧରାପଡି ନିସ୍ତୁକ ଛେଚା ଖାଇଥିବା ଦେଖିବାକୁ ମିଳିଛି । ଏପରି ଅଭାବନୀୟ ଘଟଣା ଆଜି ସନ୍ଧ୍ୟା ସମୟରେ ଘଟିଥିଲା । ଜନୈକ ଆଦିବାସୀ ଦିନ ମଜୁରିଆ ଭାବେ ନିକଟ ମାର୍କେଟ କୁ କାମ କରିବା ପାଇଁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ପାଖ ପୋଡ଼ଶୀ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ଯୁବକ ଘରେ ଏକୁଟିଆ ଥିବା ୧୦ ବର୍ଷର ଝିଅକୁ ଚୋକଲେଟ ଏବଂ ୨୦ ଟଙ୍କା ଦେଇ ପାଖ ଜଙ୍ଗଲରେ ଦୁଷ୍କର୍ମ କରୁଥିବା ବେଳେ ପାଟିଶୁଣି ଗ୍ରାମର କିଛି ଯୁବକ ଉଦ୍ଧାର କରି ଝିଅ ଏବଂ ଉକ୍ତ ଯୁବକକୁ ଗ୍ରାମକୁ ଆଣି ଉତ୍ତମ ମଧ୍ୟମ ଦେଇ କରଞ୍ଜିଆ ପୋଲିସ କୁ ଖବର ଦେଇଥିଲେ। ଖବର ପାଇ କରଞ୍ଜିଆ ପୋଲିସ ଘଟଣା ସ୍ଥଳରୁ ଆସାମୀ ଏବଂ ପିଡିତା ଙ୍କୁ ଆଣି ଡାକ୍ତରୀ ମାଇନା କରିବା ସହିତ ଏକ ମାମଲା ରୁଜୁ କରି ପିଡିତାର ବାପା ମାଙ୍କ ବୟାନ ରେକର୍ଡ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।ସେହିପରି ଦୁଷ୍କର୍ମ କାରୀ ଏକ ସଂଖ୍ୟା ଲଘୁ ସମ୍ପ୍ରଦାୟର ହୋଇଥିବା ବେଳେ ଘଟଣାକୁ ନେଇ କିଛି ସମୟ ପାଇଁ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିଲା । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ସହିତ ଆସାମୀକୁ ଗିରଫ କରିଥିଲା କରଞ୍ଜିଆ ଥାନା ପୋଲିସ । ତେବେ ଏପରି ପାଶବିକ କାର୍ଯ୍ୟ କରିଥିବା ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।ତେବେ ଦେଖିବା ପାଇଁ ବାକି ରହିଲା ଏପରି ଘୃଣ୍ୟକାର୍ଯ୍ୟ କରିଥିବା ଅଭିଯୁକ୍ତ ବିରୁଦ୍ଧରେ କି ପଦକ୍ଷେପ ଗ୍ରହଣ କରୁଛି ପୋଲିସ ତାହା ଦେଖୁବା ପାଇଁ ବାକି ରହିଲା ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.