ETV Bharat / state

ଯୁବକଙ୍କ ଉନ୍ମତକାଣ୍ଡ: ଛୁରାମାଡରେ 2 ମୃତ, 4 ଗୁରୁତର

author img

By

Published : Oct 22, 2019, 10:54 PM IST

ମାଲକାନଗିରି ଜିଲ୍ଲା ଏମଭି-33 ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ବୈଠକ ଚାଲିଥିବା ବେଳେ ଛୁରାମାଡ ହୋଇଛି । ଏଥିରେ 2 ଜଣଙ୍କର ମୃତ୍ୟୁ ଘଟିଥିବା 4 ଗୁରୁତର ହୋଇଛନ୍ତି ।

ମାଲକାନଗିରିରେ ହତ୍ୟା ଉଦ୍ୟମ

ମାଲକାନଗିରି: ବୈଠକ ଚାଲିଥିବାବେଳେ ଯୁବକଙ୍କ ଉନ୍ମତ କାଣ୍ଡ । ଛୁରାମାଡରେ 2 ଜଣ ପ୍ରାଣ ହରାଇ ଥିବାବେଳେ 4 ଗୁରୁତର ହୋଇଛନ୍ତି । କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେବା ବାଟରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ପ୍ରାଣ ହରାଇଛନ୍ତି । ଗୁରୁତରଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ତାନାନ୍ତରିତ କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-33 ଗାଁରେ ।

ମାଲକାନଗିରିରେ ହତ୍ୟା ଉଦ୍ୟମ

ସୂଚନା ଅନୁଯାୟୀ, ଗାଁର ବିଧାନ ମିର୍ଦ୍ଧା ନାମକ ବ୍ୟକ୍ତି ଅନୈତିକ ସମ୍ପର୍କ ରଖିଥିବା ନେଇ ଗାଁରେ ବୈଠକ ବସିଥିଲା । ଏହି ସମୟରେ ଯୁବକ ଜଣଙ୍କ ହଠାତ୍ ବୈଠକରେ ଉପସ୍ଥିତ ଲୋକଙ୍କୁ ଛୁରାମାଡ କରିଥିଲା । ଫଳରେ 6 ଜଣ ଗୁରୁତର ହୋଇଥିଲେ । ଅନ୍ୟମାନେ ବିରୋଧ କରିବାକୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ଯୁବକ ।

ଆହତଙ୍କ ମଧ୍ୟରେ 3ଜଣ ମହିଳା ଓ 3 ପୁରୁଷ ଥିବା ସୂଚନା ରହିଛି । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଏହାର ନ୍ୟୁଜ ମୁଁ ପୂର୍ବରୁ ଡେସ୍କ କୁ କହିଛି ଦୀପକ ବାବୁ ଫୋନ ଗ୍ରହଣ କରିଥିଲେ ଆଉ ଶକୁନ୍ତଳା ମେଡଂ ମ ଫୋନ ଗ୍ରହଣ କରିଥିଲେ ।

ଭିଜୁଆଲ ବ୍ୟବହାର କରନ୍ତୁBody:ଏହାର ନ୍ୟୁଜ ମୁଁ ପୂର୍ବରୁ ଡେସ୍କ କୁ କହିଛି ଦୀପକ ବାବୁ ଫୋନ ଗ୍ରହଣ କରିଥିଲେ ଆଉ ଶକୁନ୍ତଳା ମେଡଂ ମ ଫୋନ ଗ୍ରହଣ କରିଥିଲେ ।

ଭିଜୁଆଲ ବ୍ୟବହାର କରନ୍ତୁConclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ….....
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.