ETV Bharat / state

ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଦିଅରଙ୍କ ଦ୍ବାରା ଅତ୍ୟାଚାର ହୋଇଥିବା ଅଭିଯୋଗ

ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନ ନେବାରୁ ଆଦର୍ଶ ଥାନା ସମ୍ମୁଖରେ ଶରୀରରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ମହିଳା । ଅଧିକ ପଢନ୍ତୁ

ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
author img

By

Published : May 19, 2022, 3:36 PM IST

ମାଲକାନଗିରି: ଥାନା ସମ୍ମୁଖରେ ଅଭିଯୋଗକାରୀଙ୍କ ହାଇଭୋଲଟେଜ ଡ୍ରାମା । ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନନେବାରୁ ଆଦର୍ଶ ଥାନା ସମ୍ମୁଖରେ ଶରୀରରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ମହିଳା । ମହିଳା ଜଣଙ୍କ ହେଉଛନ୍ତି ଗାଙ୍ଗଲା ପଞ୍ଚାୟତର ମୃତ ଭଗୁ ହନ୍ତାଳର ସ୍ତ୍ରୀ ।

ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ସୂଚନା ଅନୁଯାୟୀ ଗତ 9 ତାରିଖରେ ଗାଙ୍ଗଲା ପଞ୍ଚାୟତରେ ବାସ କରୁଥିବା ଭଗୁ ହନ୍ତାଳର ଦଶା କାର୍ଯ୍ୟ ଚାଲିଥିଲା । ଏହି ସମୟରେ ମୃତ ଭାଗୁ ହନ୍ତାଳର ଭାଇମାନେ ଭଗୁ ହନ୍ତାଳର ଭାଉଜ ଓ ତାଙ୍କ ସ୍ତ୍ରୀକୁ ମାଡ ମାରିଥିଲେ । ଏନେଇ ପରଦିନ ଥାନାରେ ଉଭୟ ଅଭିଯୋଗ ଆଣିଥିଲେ । କିନ୍ତୁ ଥାନା କର୍ମଚାରୀ ଏ ସମ୍ବନ୍ଧରେ କୌଣସି ପଦକ୍ଷେପ ନନେବାରୁ ମାଲକାନଗିରି ଏସପିଙ୍କ ସହ ମଧ୍ୟ ଯୋଗାଯୋଗ କରିଥିଲେ ।

ଏହାପରେ କିଛି ଥାନା ଅଧିକାରୀ ଗାଙ୍ଗଲା ଯାଇଥିଲେ ସତ କିନ୍ତୁ ମାଡ ମାରିଥିବା ବ୍ୟକ୍ତିଙ୍କ ଘରେ ବସି ପଳାଇ ଆସିଥିଲେ । ତେବେ ସମସ୍ତ ଗ୍ରାମବାସୀଙ୍କ ସମ୍ମୁଖରେ ଦିଅରଙ୍କ ଦ୍ଵାରା ହୋଇଥିବା ଅତ୍ୟାଚାର ଓ ଥାନା କର୍ମଚାରୀ ମାନଙ୍କ ଅବହେଳା ଯୋଗୁଁ ଆଜି ଥାନା ସମ୍ମୁଖରେ ଶରୀରରେ କିରୋସିନ ଢିଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଅଭିଯୋଗକାରୀ ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.