ମାଲକାନଗିରି: ଆସହ୍ୟ ହେଲା ପ୍ରସବ ଯନ୍ତ୍ରଣା, ନଦୀର ଜଳ ସ୍ତର ବଢିବା କାରଣରୁ ନଦୀପାର ହୋଇ ପାରିଲେ ନାହିଁ ପ୍ରସୂତୀ ମହିଳା । ଶେଷରେ ଡାକ୍ତରନାରେ ପହଞ୍ଚି ନପାରି ନଦୀକୂଳରେ ଶିଶୁକୁ ଜନ୍ମ ଦେଲେ । ଏଭଳି ପରିସ୍ଥିତିରେ ଦେବଦୂତ ସାଜି ମହିଳାଙ୍କ ପ୍ରସବ କରାଇବା ପରେ ଡାକ୍ତରଖାନାରେ ସୁରକ୍ଷିତ ଭାବେ ପହଞ୍ଚାଇଥିଲେ ମେଡିକାଲ ଟିମ । ମାଲକାନଗିରି ଗଙ୍ଗାଲୁର ଅଞ୍ଚଳର ଝାରଗୋୟା ଠାରେ ଏଭଳି ଘଟଣା ଘଟିଛି ।
ସୂଚନା ଅନୁଯାୟୀ, ଝାରଗୋୟା ଅଞ୍ଚଳର ସରିତା ଗୋଁଦିଙ୍କ ପ୍ରସବ ବେଦନା ହେତୁ ପରିବାର ଲୋକେ ପ୍ରସୂତୀଙ୍କୁ ଡାକ୍ତରଖାନାକୁ ନେବା ପାଇଁ ଏକ ଭାରରେ ଝାରଗୋୟା ନଦୀ କୂଳକୁ ଆଣିଥିଲେ । କିନ୍ତୁ ବର୍ଷା ଯୋଗୁଁ ନଦୀର ଜଳସ୍ତର ଅଧିକ ଥିବାରୁ ନଦୀ ପାର୍ କରାଇବା ସମ୍ଭବ ହୋଇନଥିଲା । ଏହି ଖବର ସେହି ଅଞ୍ଚଳର ତହସିଲଦାର ପାଇବା ପରେ ଜନପଦ ପଞ୍ଚାୟତ ବିଜପୁର ସିଇଓଙ୍କୁ ସୂଚନା ଦେଇଥିଲେ ।
ଏହା ପରେ ତୁରନ୍ତ ଏକ ଉଦ୍ଧାରକାରୀ ଦଳକୁ ସିଇଓ ଘଟଣାସ୍ଥଳକୁ ପଠାଇଥିଲେ । ମହିଳାଙ୍କ ଅତ୍ୟଧିକ ପ୍ରସବ ଯନ୍ତ୍ରଣା ହେତୁ ନଦୀ କୂଳରେ ହିଁ ମେଡିକାଲ ଟିମ ନିରାପଦ ଭାବେ ମହିଳାଙ୍କର ପ୍ରସବ କରାଇଥିଲେ । ଏହା ପରେ ମାଆ ଓ ଶିଶୁକୁ ମୋଟର ବୋଟରେ ନଦୀ ପାର୍ କରାଯାଇ ରେଡ୍ଡୀ ଗାଁର ଉପ-ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ବର୍ତ୍ତମାନ ଉଭୟ ମାଆ ଏବଂ ଶିଶୁ ସୁସ୍ଥ ଥିବା ସୂଚନା ମିଳିଛି ।
ଇଟିଭି ଭାରତ, ମାଲକାନଗିରି