ETV Bharat / state

ଭୂତ ଘଉଡାଇବା ନେଇ ମହିଳାଙ୍କୁ ମାଡ଼ ଓ ବିଷ୍ଠା ଖୁଆଇବା ଘଟଣା: ଗୁଣିଆ ଗିରଫ - ଗୁଣିଆ ଗିରଫ

ଭୂତ ଲାଗିଥିବା ନେଇ ମହିଳାଙ୍କୁ ମାଡ଼ ମାରିବା ସହ ଘୁଷୁରୀ ବିଷ୍ଠା ଖୁଆଇବା ଘଟଣାରେ ଗୁଣିଆକୁ ଗିରଫ କଲା ପୋଲିସ । ଅଧିକ ପଢ଼ନ୍ତୁ...

ଭୂତ ଘଉଡାଇବା ନେଇ ମହିଳାଙ୍କୁ ମାଡ଼ ଘଟଣା, ଗୁଣିଆ ଗିରଫ

author img

By

Published : Jul 21, 2020, 9:39 AM IST

Updated : Jul 21, 2020, 10:45 AM IST

ମାଲକାନଗିରି: ଜିଲ୍ଲା ଏମଭି-୬ ଗ୍ରାମରେ ଭୂତ ଘଉଡାଇବା ପାଇଁ ମହିଳାଙ୍କୁ ନିର୍ଯ୍ୟାତନା ଘଟଣାରେ ମାଲକାନଗିରି ପୋଲିସ ସଂପୃକ୍ତ ଗୁଣିଆକୁ ଗିରଫ କରିଛି। ଗିରଫ ଗୁଣିଆ ହେଉଛି ମହୀର ମୁଣ୍ଡା ତା ଘର ଏମଭି-୫ ଗ୍ରାମରେ।

ସୋମବାର ଗୁରୁତର ଲିପିକାଙ୍କ ପରିବାରକୁ ସ୍ବାସ୍ଥ୍ୟକର୍ମୀ, ଅଙ୍ଗନବାଡି, ଆଶା ଦିଦି ବୁଝୁସୁଝା କରି ଚିକିତ୍ସାଳୟକୁ ଆଣିବା ପରେ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଥିଲା । ଯାହାପରେ ପୋଲିସ ମଙ୍ଗଳବାର ନିଜ ଆଡୁ ମାମଲା ରୁଜୁ କରି ପ୍ରଥମେ ଚିକିତ୍ସାଳୟ ଯାଇ ଲିପିକାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ପରେ ସେ ଏମଭି-୬ ଗ୍ରାମକୁ ଯାଇ ତାକୁ ସ୍ବାମୀ ସନ୍ତୋଷ ଏବଂ ଅନ୍ୟ ଗ୍ରାମବାସୀଙ୍କ ସହ ଆଲୋଚନା କରି ଘଟଣା ବିଷୟରେ ପଚାରି ବୁଝିଥିଲେ।

ଭୂତ ଘଉଡାଇବା ନେଇ ମହିଳାଙ୍କୁ ମାଡ଼ ଘଟଣା, ଗୁଣିଆ ଗିରଫ

ସୂଚନା ଅନୁଯାୟୀ ଏମଭି-6 ଗ୍ରାମର ସନ୍ତୋଷ ଅରାଓଙ୍କ ପତ୍ନୀ ଲିପିକା ଅରାଓ ଗତ ସାତ ଦିନ ତଳେ ଅସୁସ୍ଥ ହୋଇଥିଲେ । ତେବେ ପରିବାର ଲୋକେ ତାଙ୍କୁ ଭୂତ ଲାଗିଥିବା ନେଇ ସନ୍ଦେହ କରିଥିଲେ । କାରଣ ଥିଲା ଗତ ତିନି ମାସ ତଳେ ସନ୍ତୋଷଙ୍କର ଜଣେ ସଂପର୍କୀୟ ମହିଳାଙ୍କର ମୃତ୍ୟୁ ଘଟିଥିଲା ।

ମୃତ୍ୟୁ ହୋଇଥିବା ମହିଳା ଜଣକ ଗର୍ଭବତୀ ଥିଲେ । ଦୁଇ ପତି ଓ ପତ୍ନୀ ତାଙ୍କ ସଂପର୍କୀୟଙ୍କ ଘରକୁ ଯାଇଥିଲେ । ସନ୍ତୋଷ ଓ ତାଙ୍କ ପତ୍ନୀ ଲିପିକା ଘରକୁ ଫେରିବା ପରେ ସବୁ ଠିକଠାକ ଥିଲା । କିନ୍ତୁ ଅଚାନକ ଲିପିକାଙ୍କର ସ୍ବାସ୍ଥ୍ୟ ଖରାପ ହେବାରୁ ସେହି ମହିଳାଙ୍କ ଆତ୍ମା ଲିପିକା ଦେହରେ ଆସିଥିବା ନେଇ ପରିବାର ଲୋକେ ବିଶ୍ବାସ କରିଥିଲେ । ଏହାପରେ ତୁରନ୍ତ ଏକ ଗୁଣିଆକୁ ଡାକି ଭୂତ ଘଉଡାଇବାର ବ୍ୟବସ୍ଥା କରିଥିଲେ । ଗୁଣିଆ ଜଣକ ଲିପିକାକୁ ନିସ୍ତୁକ ମାଡ ମାରିବା ସହ ମୁହଁରେ ନିଆଁ ଝୁଲ ଦେଇଥିଲେ । ଯାହାଫଳରେ ଲିପିକାଙ୍କ ମୁହଁ ପୋଡ଼ି ଯାଇଥିବା ବେଳେ ତାର ସଂପୂର୍ଣ୍ଣ ଶରୀର କ୍ଷତବିକ୍ଷତ ହୋଇଛି । ଏତେ ସବୁ କରିବା ପରେ ମଧ୍ୟ ଭୂତ ନଯିବାରୁ ଗୁଣିଆ ଘୁଷୁରୀ ବିଷ୍ଠା ଆଣି ଲିପିକାଙ୍କୁ ଖୁଆଇ ଦେଇଥିଲ । ତେବେ କିଛି ସୁଫଳ ନମିଳିବାରୁ ଶେଷରେ ଗୁଣିଆ ଚାଲିଯାଇଥିଲା ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Jul 21, 2020, 10:45 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.