ମାଲକାନଗିରି: ସ୍ତ୍ରୀର ଛୁରା ମାଡରେ ସ୍ବାମୀର ମୃତ୍ୟୁ ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ବାଲିମେଳା ଥାନା ଅନ୍ତର୍ଗତ ଆପନମଲା ଗାଁରେ । ଘରୋଇ କଳହକୁ ନେଇ ସ୍ତ୍ରୀ ନିଜ ସ୍ବାମୀକୁ ଏକ ଧାରୁଆ ଛୁରୀରେ ହତ୍ୟା କରିଥିବା ଜଣାପଡିଛି ।
ସୂଚନା ଅନୁସାରେ, ସ୍ବାମୀ ଆନ୍ତୁ ମୁଦୁଲି ଓ ସ୍ତ୍ରୀ ଚନ୍ଦ୍ରମା ମୁଦୁଲିଙ୍କ ମଧ୍ୟରେ ଘରୋଇ କଥାକୁ ନେଇ ପ୍ରଥମେ ବଚସା ହୋଇଥିଲା । ଏଥିରେ ଚନ୍ଦ୍ରମା ରାଗିଯାଇ ପାଖରେ ଥିବା ଏକ ଧାରୁଆ ଛୁରୀରେ ଆନ୍ତୁ ମୁଦୁଲିର ବାମ ଛାତିରେ ଭୁସି ଦେଇଥିଲେ । ଯାହାଫଳରେ ଘଟଣାସ୍ଥଳରେ ହିଁ ଆନ୍ତୁର ମୃତ୍ୟୁ ଘଟିଥିଲା ।
ଏହି ଖବର ପାଇ ବାଲିମେଳା ଥାନା ଅଧିକାରୀ ଜଗଦୀଶ ବାରା ଓ ଏସ.ଆଇ ନୀଳାଦ୍ରି ଚରଣ ବିଶ୍ବାଳ ଘଟଣାସ୍ଥଳରେ ପହଁଞ୍ଚି ଅଭିଯୁକ୍ତ ଚନ୍ଦ୍ରମା ମୁଦୁଲିକୁ ଥାନାରେ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ