ETV Bharat / state

ବଣ୍ଡାଘାଟିର ବିକଳ ଚିତ୍ର: ଶୁଣୁନି ପ୍ରଶାସନ, ଲାଘବ ହେଉନି ଜଳ ସଙ୍କଟ - ବଣ୍ଡାଘାଟିରେ ଜଳ ସଙ୍କଟ

ବିରଳ ଆଦିବାସୀ ବଣ୍ଡା, ସମୃଦ୍ଧ ପରମ୍ପରା ଓ ବେଶଭୂଷାକୁ ନେଇ ଓଡିଶା ଯେତିକି ଗର୍ବିତ, ସେମାନଙ୍କ କରୁଣ କାହାଣୀ ପାଇଁ ଆମେ ସେତିକି ଜର୍ଜରିତ । କେବେ ସ୍ବାସ୍ଥ୍ୟ ସମସ୍ୟା ତ କେବେ ଭୋକର ଜ୍ବାଳା । ପାହାଡକୁ ଜୀବନଜୀବିକା ଭାବି ଆସୁଥିବା ବଣ୍ଡା ଖରାଦିନେ ଜଳ ସଙ୍କଟରେ ଛଟପଟ । ଅଧିକ ପଢନ୍ତୁ...

ବଣ୍ଡାଘାଟିର ବିକଳ ଚିତ୍ର: ଶୁଣୁନି ପ୍ରଶାସନ, ଲାଘବ ହେଉନି ଜଳ ସଙ୍କଟ

author img

By

Published : Mar 25, 2021, 5:10 PM IST

ମାଲକାନଗିରି: ବଣ୍ଡାଘାଟି ବିଷୟରେ ଆଲୋଚନା କଲେ ଆଖି ଆଗକୁ ପ୍ରଥମେ ଆସେ ଅପହଞ୍ଚ ଇଲାକା ଆଉ ଅବ୍ୟବସ୍ଥାର ଦୃଶ୍ୟ । ବିରଳ ଆଦିବାସୀ ବଣ୍ଡା, ସମୃଦ୍ଧ ପରମ୍ପରା ଓ ବେଶଭୂଷାକୁ ନେଇ ଓଡିଶା ଯେତିକି ଗର୍ବିତ, ସେମାନଙ୍କ କରୁଣ କାହାଣୀ ପାଇଁ ଆମେ ସେତିକି ଜର୍ଜରିତ । କେବେ ସ୍ବାସ୍ଥ୍ୟ ସମସ୍ୟା ତ କେବେ ଭୋକର ଜ୍ବାଳା । ପାହାଡକୁ ଜୀବନଜୀବିକା ଭାବି ଆସୁଥିବା ବଣ୍ଡା ଖରାଦିନେ ଜଳ ସଙ୍କଟରେ ଛଟପଟ । ପାଣି ମୁନ୍ଦେ ପାଇଁ ବଣ୍ଡା ମାଇଲ ମାଇଲ ବାଟ ଚାଲି ପାହାଡ ତଳକୁ ଆସେ । ସ୍ବଚ୍ଛ ଜଳ ତ ଦୂରରେ ଥାଉ ମୁନ୍ଦେ ପାଣି ମିଳିଗଲେ ଯଥେଷ୍ଟ, ସେଥିପାଇଁ ପଥର ଚୁଆରୁ ପାଣି ସଂଗ୍ରହ କରି ବର୍ଷ ବର୍ଷ ଧରି ଚଳି ଆସୁଛନ୍ତି ବଣ୍ଡା ଜନଜାତି ।

ବଣ୍ଡାଘାଟିର ବିକଳ ଚିତ୍ର: ଶୁଣୁନି ପ୍ରଶାସନ, ଲାଘବ ହେଉନି ଜଳ ସଙ୍କଟ

ଖରାର ପ୍ରଖରତା ଯେତେ ବଢିବ, ବଣ୍ଡା ଜନଜାତିଙ୍କ ସଂଘର୍ଷ ସେତିକି ଉତ୍କଟ ହୋଇଚାଲିବ । ରାତି ପାହିଲେ ବଣ୍ଡା ମହିଳାଙ୍କୁ ପାଣିର ଚିନ୍ତା । ଅନ୍ଧାର ରାସ୍ତାରେ ଜଙ୍ଗଲୀ ଜନ୍ତୁଙ୍କ ଭୟରେ ବାଟ ଚାଲି ବଣ୍ଡା ଆସନ୍ତି ଚୁଆରୁ ପାଣି ନେବାକୁ । ବଣ୍ଡାଘାଟିର ତୁସେଇ ପଡା, ସମ୍ବଲପୁର, କୀଚପଡା, ରାମଲିପଡା, ବଣ୍ଡାପଡା, ଭଳି ଅନେକ ଗାଁ ରେ ବର୍ଷ ବର୍ଷ ଧରି ଏହି ସମସ୍ୟା । ଖାଲି ଖରାଦିନ ନୁହେଁ ବରଂ ବର୍ଷା ଦିନେ ବି ଜଳ ସମସ୍ୟା ଦେଖାଦିଏ । ଖରା ଦିନେ ପାଣି ମିଳୁନଥିବାବେଳେ ବର୍ଷାଦିନେ ଗୋଳିଆ ପାଣି ପିଇବାକୁ ପଡେ । ଯଦ୍ବାରା ଏ ଅଞ୍ଚଳରେ ମ୍ୟାଲେରିଆ ଏକ ସାମାନ୍ୟ ରୋଗ ପାଲଟିଯାଇଛି । ସେପଟେ ବଣ୍ଡାଘାଟିର ଜଳ ସମସ୍ୟାକୁ ସ୍ବୀକାର କରିଛନ୍ତି ଜିଲ୍ଲା ପ୍ରଶାସନ । ଏପର୍ଯ୍ୟନ୍ତ ନଳକୂପ ଖନନ ହୋଇପାରି ନଥିବାବେଳେ ଉତ୍ତର ସେଇ ଗୋଟିଏ.. ‘ବଣ୍ଡାଘାଟି ଅପହଞ୍ଚ’ ।

ପ୍ରତିଥର ଭଳି ଏଥର ବି ବିଡିଓଙ୍କର ସେହି ଉତ୍ତର..ଚଳିତ ବର୍ଷ ବଣ୍ଡା ଘାଟି ପାଇଁ 6ଟି ନଳକୂପ ଖନନ କରାଯିବାକୁ ଥିବାବେଳ ଆଗାମୀ ଦିନରେ ଧୀରେ ଧୀରେ ପାନୀୟ ଜଳ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ବିଡିଓ । ବଣ୍ଡା ଜନଜାତିଙ୍କ ପାଇଁ ସ୍ବତନ୍ତ୍ର ଭାବେ ବଣ୍ଡା ଉନ୍ନୟନ ମାଧ୍ୟମରେ କୋଟି କୋଟି ଅର୍ଥ ପାଣି ଭଳି ଖର୍ଚ୍ଚ ହେଉଛି ମାତ୍ର ସେ ସବୁ କୁଆଡେ ଯାଉଛି ଓ ପ୍ରଶାସନ କଣ କାର୍ଯ୍ୟ କରୁଛି, ସେ ନେଇ ସାଧାରଣରେ ଉଠିଛି ପ୍ରଶ୍ନ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.