ETV Bharat / state

ରାଇସ ମିଲରେ ଅଘଟଣ; କାନ୍ଥ ପଡି 15ରୁ ଊର୍ଦ୍ଧ୍ବ ଆହତ, ଜଣେ ମୃତ

ରାଇସ ମିଲରେ ଅଘଟଣ । କାନ୍ଥ ପଡି 15ରୁ ଊର୍ଦ୍ଧ କର୍ମଚାରୀ ଆହତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସଦର ମହକମା ସ୍ଥିତ ମା' ମଙ୍ଗଳା ରାଇସ ମିଲରେ । ଅଧିକ ପଢନ୍ତୁ...

author img

By

Published : Aug 28, 2020, 3:34 PM IST

ରାଇସ ମିଲରେ ଅଘଟଣ; କାନ୍ଥ ପଡି 15ରୁ ଊର୍ଦ୍ଧ୍ବ ଆହତ, ଜଣେ ମୃତ
ରାଇସ ମିଲରେ ଅଘଟଣ; କାନ୍ଥ ପଡି 15ରୁ ଊର୍ଦ୍ଧ୍ବ ଆହତ, ଜଣେ ମୃତ

ମାଲକାନଗିରି: ରାଇସ ମିଲରେ ଅଘଟଣ । କାନ୍ଥ ପଡି 15ରୁ ଊର୍ଦ୍ଧ କର୍ମଚାରୀ ଆହତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସଦର ମହକମା ସ୍ଥିତ ମା' ମଙ୍ଗଳା ରାଇସ ମିଲରେ ।

ସୂଚନାନୁସାରେ, ଶୁକ୍ରବାର ରାଇସ ମିଲରେ କାମ ଚାଲିଥିବା ବେଳେ ହଠାତ୍ ମିଲର ଏକ କାନ୍ଥ ଭୁଶୁଡିପଡିଥିଲା । ଏହି ସମୟରେ ମିଲରେ କାର୍ଯ୍ୟରତ 15ରୁ ଊର୍ଦ୍ଧ୍ବ କର୍ମଚାରୀ କାନ୍ଥ ତଳେ ଚାପି ହୋଇଯାଇଥିଲେ ।

ସେମାନଙ୍କ ଭିତରୁ 5 ଜଣଙ୍କ ଅବସ୍ଥା ଅତି ଗୁରୁତର ଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ବହୁ ଲୋକଙ୍କୁ ଉଦ୍ଧାର କରି ମେଡିକାଲ ସ୍ଥାନାନ୍ତର କରାଯାଇଛି । ତେବେ ସମସ୍ତଙ୍କ ଅବସ୍ଥା ଜଟିଳ ଥିବାବେଳେ ବର୍ତ୍ତମାନ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସେପଟେ ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସମସ୍ତଙ୍କୁ କ୍ଷତିପୂରଣ ଦେବା ପାଇଁ ଦାବି କରିଛି ବିଜେପିର ଏକ ପ୍ରତିନିଧି ଦଳ । ଏଥିସହ ଏହି ଦଳ ସମସ୍ତ ଆହତଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.