ମାଲକାନଗିରି: ବଣ୍ଡା ଘାଟି ଗସ୍ତ କଲେ ମାଲକାନଗିରି ଜିଲ୍ଲାର ନୂତନ ଜିଲ୍ଲାପାଳ ଵିଶାଲ ସିଂ । ସେଠାରେ ସେ କୋରୋନା ସଂକ୍ରମଣ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜିଲ୍ଲାପାଳଙ୍କ ସହ ମାଲକାନଗିରି SP ଋଷିକେଶ ଦୟାନନ୍ଦ ଖିଲାରୀ ମଧ୍ୟ ବଣ୍ଡା ଘାଟି ଗସ୍ତ କରିଛନ୍ତି ।

ବର୍ତ୍ତମାନ ବଣ୍ଡା ଘାଟିରେ କୋରୋନା ସମ୍ପର୍କରେ ଲୋକଙ୍କୁ କିଭଳି ସଚେତନତା କରାଯାଉଛି ଏବଂ କିଭଳି ଟିକା ଦିଆଯାଉଛି, ତାହା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି ।

ମାଲକାନଗିରିରୁ ବଣ୍ଡା ଘାଟିକୁ ଏକ ସରକାରୀ ବସ୍ ସେବା ଯୋଗାଇବା ସହ ଓ ମୁଦୁଲିପଡାରେ ଏକ ସାପ୍ତାହିକ ହାଟ ପାଇଁ ବ୍ୟବସ୍ଥା କରିବାକୁ ବଣ୍ଡା ଜନଜାତି ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ଏହାକୁ ଖୁବଶୀଘ୍ର ପୂରଣ କରାଯିବ ବୋଲି ଜିଲ୍ଲାପାଳ ଓ SP ପ୍ରତିଶ୍ରୁତି ଦେଇଛନ୍ତି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ