ETV Bharat / state

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଆରଆଇ

ଆରଆଇଙ୍କ ପାଇଁ ଲାଞ୍ଚ ନେବା ହେଲା କାଳ । 50 ହଜାର ଟଙ୍କା ଲାଞ୍ଚ ନେବାବେଳେ ଲାଞ୍ଚୁଆ ଆରଆଇ ଲକ୍ଷ୍ମୀନାରାୟଣ ଖଣ୍ଡୁଆଳଙ୍କୁ ଭିଜିଲାନ୍ସ ଗିରଫ କରିଛି ।

author img

By

Published : Sep 26, 2019, 1:19 PM IST

ଫଟୋ ସୌଜନ୍ୟ :ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ଲାଞ୍ଚ ନେଇ ପୁଣି ଭିଜିଲାନ୍ସ ଜାଲରେ ଜଣେ ସରକାରୀ ବାବୁ । ମାଲକାନଗିରି ଜିଲ୍ଲା କାଲିମେଳା ତହସିଲ ମାନ୍ୟମକୋଣ୍ଡା ଗ୍ରାମର ଆରଆଇ ଲକ୍ଷ୍ମୀନାରାୟଣ ଖଣ୍ଡୁଆଳ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ମାଲକାନଗିରି

ସୂଚନାନୁଯାୟୀ, ଜଣେ ବ୍ୟକ୍ତିଙ୍କୁ ଜମିର ପଟ୍ଟା କରାଇ ଦେବା ପାଇଁ ଆରଆଇ ଲକ୍ଷ୍ମୀନାରାୟଣ 50 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ବୁଧବାର ରାଜସ୍ବ ନୀରିକ୍ଷକ ଉକ୍ତ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ମାଲକାନଗିରି ଓ ଜୟପୁର ଭିଜିଲାନ୍ସ ଟିମ୍‌ଙ୍କ ମିଳିତ ଉଦ୍ୟମରେ ତାଙ୍କୁ ଗିରଫ କରାଯାଇଛି ।

ଗୁରୁବାର ଲକ୍ଷ୍ମୀନାରାୟଣଙ୍କ ନିଜସ୍ବ ସରକାରୀ ଏବଂ ପୈତୃକ ବାସଭବନ ସମେତ ତାଙ୍କ ସମ୍ପର୍କୀୟଙ୍କ ବାସଭବନରେ ଚଢାଉ କରାଯାଇଛି । ଏଥିସହିତ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଲାଞ୍ଚ ନେଇ ପୁଣି ଭିଜିଲାନସ ହାତରେ ଧରାପଡିଲେ ସରକାରୀ ବାବୁ । Body:ମାଲକାନଗିରି ଜିଲ୍ଲା କାଲିମେଳା ତହସିଲର ମାନ୍ୟମକୋଣ୍ଡା ଗ୍ରାମର ଆର.ଆଇ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନସ୍ ହାତରେ ଧରା ପଡିଛନ୍ତି । ଜଣେ ବ୍ୟକ୍ତିଙ୍କୁ ଜମିର ପଟ୍ଟା କରିଦେବା ଲାଗି ଆର.ଆଇ ଲକ୍ଷ୍ମୀନାରାୟଣ ଖଣ୍ଡୁଆଳ ୫୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଗତକାଲି ୫୦ ହଜାର ଟଙ୍କା ରାଜସ୍ବ ନିରିକ୍ଷକ ନେଉଥିବା ବେଳେ ମାଲକାନଗିରି ଓ ଜୟପୁର ଭିଜିଲାନସ୍ ଟିମର ମିଳିତ ଉଦ୍ୟମରେ ମାଲକାନଗିରି ଡି.ଏସ.ପି ଲକ୍ଷ୍ମୀନାରାୟଣ ଖଣ୍ଡୁଆଳଙ୍କୁ ଗିରଫ କରିଛନ୍ତି । ଆଜି ଲକ୍ଷ୍ମୀନାରାୟଣ ଖଣ୍ଡୁଆଳଙ୍କ ନିଜ ବାସଭବନ ସହ ସରକାରୀ ବାସଭବନ ଓ ତାଙ୍କ ପୈତୃକ ବାସଭବନ ସହ ସମ୍ପର୍କୀୟଙ୍କ ବାସଭବନରେ ଚଢାଉ କରାଯାଇଛି । ଲକ୍ଷ୍ମୀନାରାୟଣ ଖଣ୍ଡୁଆଳଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଭିଜିଲାନସ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । Conclusion:ବାଇଟ- ସୁଶାନ୍ତ କୁମାର ବିଶ୍ଵାଳ, ମାଲକାନଗିରି ଭିଜିଲାନସ୍ ଡି.ଏସ.ପି

ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.