ମାଲକାନଗିରି: ରକ୍ତ ସମ୍ପର୍କରେ ଲାଗିଛି ଛିଟା । ନିଜ ଝିଆରୀକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଛି ଜଣେ ସଇତାନ ଦାଦା । ଘଟଣାଟି ହେଉଛି ମୋଟୁ ଥାନା ଅନ୍ତର୍ଗତ ଉରୁବେଲି ଗ୍ରାମର ।
ସୂଚନା ମୁତାବକ ଗତ 10 ତାରିଖ ଦିନ ସନ୍ଧ୍ୟା ପ୍ରାୟ 5ଟା ସମୟରେ ସଇତାନ ଦାଦା ବେଟି ଦେବା ନିଜ ବନ୍ଧୁ ଘର ଦୁବେଲଗୁଡା ଗ୍ରାମକୁ ବୁଲେଇ ନେବା ବାହାନାରେ ନିଜ ଝିଆରୀକୁ ଏକ ଘଞ୍ଚ ଜଙ୍ଗଲରେ ଦୁଷ୍କର୍ମ କରିଥିଲା । ଖାଲି ସେତିକି ନୁହେଁ ଏହି ବିଷୟ ଯଦି କାହାକୁ କହିବ ତାହେଲେ ହତ୍ୟା କରିବ ବୋଲି ଧମକ ମଧ୍ୟ ଦେଇଥିଲା । ପରେ ପୀଡିତା ନିଜ ଭାଇ ବେଟି ବୋଜିକୁ କହିବା ପରେ ପରିବାର ଲୋକେ ଗୁରୁବାର ମୋଟୁ ଥାନାରେ ଏତଲା ଦେଇଥିଲେ ।
ଏହାପରେ ସକ୍ରିୟ ହୋଇଥିଲା ମୋଟୁ ପୋଲିସ । ଏସଆଇ ପ୍ରଶାନ୍ତ କୁମାର ନିସିକାଙ୍କ ନେତୃତ୍ବରେ ଏକ ଟିମ ଗଠନ ତିଆରି ହେବା ପରେ ଦୁଷ୍କର୍ମ କରିଥିବା ସଇତାନ ବେଟି ଦେବାକୁ ଗିରଫ କରିବାରେ ସଫଳ ହୋଇଛି ମୋଟୁ ପୋଲିସ । ଏହାସହ କେସ ନମ୍ବର 71/19, ଦଫା US376/506 ଆଇପିସି ଲାଗାଯାଇ ଶୁକ୍ରବାର ଦୁଷ୍କର୍ମ କରିଥିବା ବେଟି ଦେବାକୁ କୋର୍ଟ ଚାଲାଣ କରାଯାଇଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ